ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କଥା ଉଠାଇ କଡା କାଉଣ୍ଟର କରିଛନ୍ତି ଅରୁଣ। ସେ କହିଛନ୍ତି,ଆଜି ଓଡ଼ିଶାରେ ବର୍ତ୍ତମାନର ବିଜେପି ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଲଞ୍ଚ କରାଗଲା। ଏହି ବିଷୟରେ ଆପଣମାନଙ୍କୁ ଅବଗତ କରୁଛି। ସହରକୁ ଯୋଉ ସୁବିଧା ମିଳୁଛି ଗ୍ରାମାଞ୍ଚଳକୁ ସେଇ ସୁବିଧା ଯୋଗାଇ ଦେବାକୁ ଉଦ୍ୟମ କରିଥିଲେ ପୂର୍ବ ସରକାର। ଏହା ଗାଁ ବିକାଶର କଥା। ସହରରେ ପକ୍କା ରାସ୍ତା ପରି ଗ୍ରାମାଞ୍ଚଳରେ ସେପରି ହୋଇଛି। ଅଧିକାଂଶ ରାସ୍ତା concrete କରିବାରେ ନବୀନ ସକ୍ଷମ। ଶିବ ମନ୍ଦିର ଜଗନ୍ନାଥ ମନ୍ଦିର ହେଉ,ସବୁ କଥାକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ପଇସା ଯୋଗାଇ ଦିଆଯାଇଥିଲା ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ।ଭାରତ ସରକାର ଅନେକ ଥର ଗ୍ରାମୀଣ ବିକାଶ ପାଇଁ ଓଡ଼ିଶା ସରକାରକୁ ପ୍ରଶଂସା କରିଛନ୍ତି। ଗତବର୍ଷ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଏବେ ସରକାର କହୁଛନ୍ତି ବାର୍ଷିକ ୧୦୦୦ କୋଟି ଦେବେ। ହିସାବକୁ ନେଲେ ପ୍ରତି ପଞ୍ଚାୟତକୁ ୧୪ ଲକ୍ଷ ୫୦ ହଜାର ପାଖାପାଖି ପଡୁଛି। ଓଡ଼ିଶାରେ ୫୦ ହଜାର revenue village ଅଛି। ଅର୍ଥାତ୍ ଗୋଟେ ପଞ୍ଚାୟତକୁ ଅତି ବେଶୀରେ ୩,୪ ଟି ପ୍ରକଳ୍ପ ଥିବ।ଏହି ଧାରାରେ ଗଲେ ଏହି ଅର୍ଥରେ ସବୁ ଅଞ୍ଚଳକୁ ଭାଗ ପଡ଼ିବ ନାହିଁ। ଡବଲ ଇଞ୍ଜିନ ସରକାରରେ ଡବଲ ଦବା କଥା କହିଥିଲେ,କିନ୍ତୁ ୱାନ ଥାର୍ଡ ବି ଦେଉ ନାହାଁନ୍ତି।ବିକଶିତ ଗାଁ ବିକଶିତ ଓଡ଼ିଶା ନାଁ ଦେଉଛନ୍ତି। ବିକଶିତ ଗାଆଁ ରେ ବିକଳାଙ୍ଗ ଯୋଜନା କରିଛନ୍ତି। ଏହି ଯୋଜନା ଆମ ରାଜ୍ୟର ସରକାର ଓ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ବିଜେପି ସରକାରରେ ବିକଶିତ ଯୋଜନା ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା କହି ବିଜେପି ସରକାରକୁ ସମାଲୋଚନା କରିଛି ବିଜେଡ଼ି।ଏହି କଥା ଏଇଥି ପାଇଁ କହିଲି ଓଡ଼ିଶାର ଜନ ସଂଖ୍ୟାର ସାଢେ଼ ୩ କୋଟି ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟରୁ ଗ୍ରାମାଞ୍ଚଳ ପିଛା ବାର୍ଷିକ ୧୦୦୦ କୋଟି ଟଙ୍କା। ଗୋଟେ ପଞ୍ଚାୟତକୁ ୧୫ ଲକ୍ଷ ଟଙ୍କା ପଡିଲାନି। ଦରଦାମ ଏତେ ବଢ଼ିଛି, ବାଲି,ସିମେଣ୍ଟ, ରଡ୍, ଛଡ଼,ଲେବର ସବୁ ବଢ଼ିଛି। କେମିତି କାମ ହେବ ଜାଣି ପାରୁନୁ। ଆଠ ମାସରେ ସରକାର ହେଲା ଗାଁ ଗାଁ ମାଟି ପଡିଲାନି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ନ ହୋଇଥିବା କାମ ପୂରଣ ହେବ ବୋଲି କହିଲେ। ଏମାନଙ୍କୁ ହିସାବ ଦେଲା କିଏ ପାଇଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ। ଶତ୍ରୁ ବି ସ୍ୱୀକାର କରିଛନ୍ତି ନବୀନ ସରକାର ସମୟରେ କାମ ହେଉଥିଲା। ବିକାଶର ଚିତ୍ର ଦେଲେ ମାଣ୍ଡି ପକା ଗାଁ କଥା ଆସିବ। ଚିକିଟିରେ ମଦ ମୃତ୍ୟୁ ହେଲା। ଅଦିନିଆ ବର୍ଷାରେ ଅନେକ ଚାଷୀଙ୍କ ଜୀବନ ଗଲା। ସତ୍ୟବାଦୀ କଣାସରେ ବିଷାକ୍ତ ପାଣି ପିଇ ୫ ଜଣ ମୃତ୍ୟୁବରଣ କଲେଣି ଏହା ହେଉଛି ବିକଶିତ ଗାଁ। ଆଇନ୍ ଶୃଙ୍ଖଳା କଥା କଣ କହିବି। କିଛି ଛାଡ଼ୁ ନାହାଁନ୍ତି। ଭୁବନେଶ୍ୱର ରେ କାହା ଘର ଛାଡ଼ି ନାହାଁନ୍ତି। କଳକାନା ବୁଲାଇ ଚାଲି ଯାଉଛନ୍ତି। ଏହା ହେଉଛି ବିକଶିତ ଓଡ଼ିଶାର କଥା। ବିକଶିତ ଓଡ଼ିଶା କଥା କହିଲେ ନବୀନଙ୍କ ମଡେଲକୁ ଆଗକୁ ଆଣନ୍ତୁ।ଡବଲ ଇଞ୍ଜିନ ସରକାରକୁ ଅନୁରୋଧ କରିବି ବିକଶିତ ଓଡ଼ିଶା ନାଁ ରେ ବିକଳାଙ୍ଗ ଯୋଜନା ନ କରିବାକୁ କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।