କୁଆଖାଇ ନଦୀରେ ବୁଡି ଚାଲିଗଲା ୨ ଜୀବନ ,ସରସ୍ବତୀ ମୃତ୍ତି ବିସର୍ଜନ କରିବା ସମରେ ଘଟିଲା ଅଘଟଣ |ଛାତ୍ର ୨ ଜଣ ଭୁବନେଶ୍ୱର ର ଏକ ଘରୋଇ ଟ୍ୟୁସନର ବୋଲି ସୂଚନା ମିଳିଛି |
ଭୁବନେଶ୍ୱେର ର ଏକ ଘରୋଇ ଟ୍ୟୁସନ ରେ ଏହି ୨ ଜଣ ପିଲା ପାଠ ପଢୁଥିବାର ଖବର ମିଳିଛି |ବୁଧବାର ଦିନ ସକାଳ ସମୟରେ ୨ ଜଣ ଛାତ୍ର ସରସ୍ବତୀ ମୃତ୍ତି କୁ ନେଇ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜ଼ାର ନିକଟରେ ଥିବା କୁଆଖାଇ ନଦୀ କୁ ମୃତ୍ତି ବିସର୍ଜନ କରିବା ପାଇଁ ଯାଇଥିଲେ |ହଠାତ ମୃତ୍ତି ଟି ବିସର୍ଜନ କରିବା ସମୟରେ ଘଟିଲା ବଡ ଅଘଟଣ |ଛାତ୍ର ୨ ଜଣ ବୁଡ଼ିଗଲେ ପାଣି ଭିତରେ |ଏହା ପରେ ୨ ଜଣ ଛାତ୍ର ଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲ କୁ ନିଆଗଲା |ଡାକ୍ତର ଛାତ୍ର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ମୃତ୍ୟ ଛାତ୍ର ୨ ଜଣ ଭୁବନେଶ୍ୱରରେ ଥିବା ପିଚୁ ବସ୍ତି ର ବୋଲି ଜଣ ପଡିଛି |ଉକ୍ତ ଘଟଣା ଟିକୁ ପୋଲିସ ତଦନ୍ତ ଜାରି ରଖିଛି |