ସାଧାରଣତଃ ସମସ୍ତେ ଜିରାକୁ ମସଲା ଭାବେ ବ୍ୟବହାର କରିଥାନ୍ତି | କିନ୍ତୁ ଜିରା କେବଳ ଏକ ମସଲା ନୁହେଁ ବରଂ ଏହାର ଅନେକ ଉପକାରିତା ରହିଛି | ଏହାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ | ଆପଣ ଜିରାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲବାହ ମିଳିଥାଏ | ଆପଣ ଜିରାକୁ ପାଣିରେ ୪ ରୁ ୫ ଘଣ୍ଟା ରଖି ପିଇପାରିବେ କିମ୍ବା ପାଣିରେ ଫୁଟାଇ ପିଇପାରିବେ |
ଜିରା ପାଣି ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ | ଜିରା ପାଣି ତ୍ୱଚାକୁ ଚମକ ଦେବାରେ ମଧ୍ୟ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ | ଜିରା ପାଣି ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରେ | ଯେଉଁ ମାନଙ୍କର ଗ୍ୟାସ ଏବଂ ହଜମ ସମସ୍ୟା ଅଛି ସେମାନେ ମଧ୍ୟ ଜିରା ପାଣି ପିଇପାରିବେ | ଏହା ସହ ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ |