ଆଜି ତିଥିରେ ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାଧାରଣ ଦର୍ଶନ | ମାଘ ମଶା ଶୁକ୍ଳ ଅଷ୍ଟମୀ ତିଥିରେ ଆଜି ଶ୍ରୀବିଗ୍ରହଙ୍କ ବନ ଲାଗି ନୀତି ଅନୁଷ୍ଠିତ ହେବ | ଏଣୁ ଦ୍ୱିତୀୟ ବଗମଣ୍ଡପ ଭୋଗ ଶେଷ ହେବ ପରେ ସନ୍ଧ୍ୟା ୫ ରୁ ୧୦ ପର୍ଯ୍ୟନ୍ତ
ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି |
ବନକ ଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ | ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଠାକୁର ମାନଙ୍କ
ଶ୍ରୀମୁଖସିଂହର କରିଥାନ୍ତି | ଏହି ନୀତି ସମାପନ ହେବ ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ |