ଫୁଟବଲ ମୈଦାନରେ ଦିଶିଲେ ପୂର୍ବତନ ମନ୍ତ୍ରୀ ତଥା ଶାସକ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମୀର ରଞ୍ଜନ ଦାସ | ନିମାପଡା ରାଜନୀତି ମୈଦାନରୁ ନିମାପଡା ଫୁଟ୍ବଲ ମୈଦାନ ରେ ଦିଶିଲେ ସମୀର ଦାସ .ସୂଚନା ଅନୁସାରେ ନିମାପଡ଼ା ବାରବାଟି ପଡ଼ିଆରେ ଆୟୋଜିତ ୧୦ମ ପଦ୍ମଚରଣ ସାମନ୍ତସିଂହାର ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନୀ ମ୍ୟାଚ୍ରେ ପରସ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଏବଂ ନିମାପଡ଼ା ଏକାଦଶ। ଏହି ରୋମାଞ୍ଚକ ମ୍ୟାଚରେ ପଡ଼ିଆରେ ଦେଖିବାକୁ ମିଳିଥିଲା ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ସମୀର ରଞ୍ଜନ ଦାସଙ୍କୁ । ୧୨ ନମ୍ବର ଜର୍ସିରେ ଅତି ଆକର୍ଷଣୀୟ ଭାବେ ଖେଳୁଥିଲେ ସମୀର ବିରୋଧୀ ବିଜୁ ଜନତା ଦଳର ଶାସନ ସମୟରେ ରାଜିନୀତି ଖେଳରେ ମାଷ୍ଟର ଥିବା ପୂର୍ବତନ ମନ୍ତ୍ରୀ ସମୀର ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ ବିଭାଗ ସମ୍ଭାଳିଥିଲେ .. କିନ୍ତୁ
୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ନପାଇ ପଦ୍ମ ପୋଖରୀରେ ଲମ୍ଫ ମାରିଥିଲେ ଭାଇନା | ରାଜନୀତି ସହ ଫୁଟବଲରେ ବେଶ ରୁଚି ରଖିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସମୀର |ବିଧାୟକ ଥିବା ସମୟରେ ବିଧାୟକ ଏକାଦଶ ତରଫରୁ ଅନେକ ମ୍ୟାଚ ଖେଳିଥିବା କହିଛନ୍ତି ଭାଇନା | ଆଜି ୬୦ ବର୍ଷ ପରେ ମଧ୍ୟ ଫୁଟବଲରେ ନିଜକୁ ସାମିଲ କରି ଅତ୍ୟନ୍ତ ଖୁସି ଥିବା କହିଛନ୍ତି ସମୀର ଦାସ |