ଇଣ୍ଡିଆ ଭର୍ସେସ ଇଂଲଣ୍ଡ ମ୍ୟାଚ୍ ର ଟିକେଟ ପାଇଁ ଆଜି ଷ୍ଟାଡିୟମ୍ ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳି ଥିଲା । କାଲି ରାତ୍ରି ରୁ ପୁରୁଷ ଏବଂ ମହିଳାମାନେ ଟିକେଟ ପାଇଁ ଲାଇନ୍ ରେ ଠିଆ ହୋଇଛନ୍ତି। କିଏ ପୁଅ ପାଇଁ ଟିକେଟ ଆଣିବାକୁ ଯାଇଥିବା ବେଳେ କିଏ ନିଜ ନାତି ପାଇ ଟିକେଟ ଆଣିବାକୁ ଯାଇଛନ୍ତି । ପୋଲିସ ପ୍ରଶାସନ ଦ୍ଵାରା ବ୍ୟାପକ ପ୍ରସ୍ତୁତ ହେଉଥିଲେ ସୁଦ୍ଧା ଭିଡ କୁ ନିୟନ୍ତ୍ରଣ କରିବାରେ ବିଫଳ ଦେଖାଯାଉଛି। ଅନ୍ୟପଟେ ଅଧିକ ଭିଡ଼ ଓ ଗ୍ରୀଷ୍ମ ପ୍ରବାହ ଦ୍ଵାରା କେତେକ ମହିଳା ଓ ପୁରୁଷ ଅଚେତ୍ ହୋଇ ପଡ଼ି ଯାଇଥିଲେ। ଯାହାଙ୍କୁ ପୁଲିସ ପ୍ରଶାସନ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ୍ ପଠାଇଥିଲେ ପ୍ରତ୍ୟେକ ଥର ପରି ଏହି ବର୍ଷ ମଧ୍ୟ ଟିକେଟ ବିକ୍ରି କାଉଣ୍ଟରର ଅବ୍ୟବସ୍ଥା ଦ୍ଵାରା ଲୋକେ ହଇରାଣ ହୋଇ ଥିବା ଅଭିଯୋଗ କରିଥିଲେ।