ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ । ଗତ ତିନି ବର୍ଷ ହେଲା ରେଳ ବଜେଟରେ ୧୦ ହଜାର କୋଟିରୁ ଅଧିକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । କିନ୍ତୁ ଏହା ଓଡ଼ିଶାରୁ ପାଉଥିବା ରେଳ ରାଜସ୍ବର କେତେ ଅଂଶ ବୋଲି ପଚାରିଛି ବିଜୁ ଜନତା ଦଳ । ଆଜି ପ୍ରେସ ମିଟ କରି ଦଳ ରେଳମନ୍ତ୍ରୀଙ୍କୁ ଘେରିଛି । ଗତକାଲି ବିଜେଡି ପକ୍ଷରୁ ବଜେଟ୍ ସମ୍ପର୍କରେ, ଓଡ଼ିଶାରେ କଣ କରାଯାଇଛି ? କିପରି ଓଡ଼ିଶାବାସୀଙ୍କ ଧୋକା ଦିଆଯାଇଛି ସେ ବିଷୟରେ କହିଥିଲୁ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରେସ ମିତ କରି କହିଥିଲେ ଓଡ଼ିଶା ପାଇଁ ବିଜେପି ସୁନେଲି ସ୍ବପ୍ନ ଦେଖିଛି। ୧୦ ହଜାର ୫୯୯ କୋଟି ଟଙ୍କା ଦିଆଯାଇଛି। ଓଡିଶାରୁ ରେଳ ବାବଦରେ,କେତେ ଟଙ୍କା ରେଲୱେ ବିଭାଗକୁ ଯାଉଛି କେତେ ଖର୍ଚ୍ଚ କରୁଛେ କହିଥିଲି। ଓଡ଼ିଶା ପ୍ରତିବର୍ଷ ରେକର୍ଡ ପରିମାଣର revenue railway କୁ ଦଉଛି। ସଂପୁର୍ଣ୍ଣ ରେଳ ବଜେଟରେ ହାରାହାରି ୨୫ ହଜାର କୋଟି revenue ପାଉଛି ଓଡ଼ିଶାରୁ। ଯଦି ବର୍ଷାକୁ ୨୫ ହଜାର ବିଗତ ୧୦ ବର୍ଷରେ ଅଢେଇ ଲକ୍ଷ ଟଙ୍କା ପାଉଛି east cost railway।
ଡବଲ ଇଞ୍ଜିନ ସରକାର ଆସିବା ବେଳେ କହିଥିଲେ ସବୁ ଡବଲ ହୋଇଯିବ। ମାତ୍ର ୧୩ କୋଟି ଟଙ୍କା ବଢ଼ିଛି। ୨୦ ଜଣ ସାଂସଦ ତିନିଜଣ କେନ୍ଦ୍ର ମନ୍ତ୍ରୀ ଆଉ ଡବଲ ଇଞ୍ଜିନ ସରକାର ସମସ୍ତ ପାଇ ରେଳ ବଜେଟରେ ଆଜି ଓଡ଼ିଶା ହତାଶ।ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି କରିପାରିଲେ ନାହିଁ। ବିଷ୍ଲେଶଣ ପାଇଁ ତଥ୍ୟ ରଖିଛୁ। ମ୍ୟାଲେସିଆ ପପୁଲେସନ, ଏହାର ୩.୩୦ ସ୍କାୟାର କିଲୋମିଟର। ଓଡ଼ିଶାର ପପୁଲେସନ୍ ୪.୫୦ କୋଟି। ଓଡ଼ିଶାର population ମାଲେସିଆ ଠାରୁ ବେଶୀ। କୋଉ ରିପୋର୍ଟ ରେ ଆପଣ ଓଡ଼ିଶାବାସୀଙ୍କ ଦିନରେ ଲଣ୍ଠନ ଦେଖାଉଛନ୍ତି। କମ୍ପେୟାର ଅଷ୍ଟ୍ରେଲିଆ ସଙ୍ଗେ କରନ୍ତୁ। ଅଷ୍ଟ୍ରେଲିଆରେ ଓଡ଼ିଶା ଭଳି ମାଇନ୍ ଓ ଖଣି ରହିଛି। କହିଲେ ବହୁତ୍ ବଡ଼ ଉପଲବ୍ଧି। ଓଡ଼ିଶାବାସୀଙ୍କୁ କେଉଁ ନଜରରେ ଦେଖୁଛନ୍ତି ସେମାନେ ? ତିନି ଜଣ ମନ୍ତ୍ରୀ ଯଦି କହୁଛନ୍ତି ତାଙ୍କ କଥା ରହୁ ନାହିଁ। ଯଦି ଏତେ କାମ ହୋଇଛି, ପାର୍ଲାମେଣ୍ଠ ୨୦୨୫ ରେ ପଚରା ଯାଇଥିଲା ଉତ୍ତର ରଖନ୍ତୁ। ଯଦି ଡବଲ ଇଞ୍ଜିନ ସରକାର ଆସିଲା ବଢ଼ାଇବା ପାଇଁ କଣ କରାଯାଉଛି ? ଯଦି ଅଢେଇ ଲକ୍ଷ କୋଟି ଦିଆଯାଇଛି, ଖର୍ଚ୍ଚ ଛାଡ଼ି ବାକି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡ଼ି। ଗୋଟିଏ ରାଜ୍ୟକୁ ଖୁସି କରିବାକୁ ଅନ୍ୟ ରାଜ୍ୟକୁ ପଛକୁ ନିଆଯାଉଛି। ଆମର ସାଲେସିଆ ସଙ୍ଗେ comparison ଦରକାର ନାହିଁ। ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଯାଉଛି। କଣ ପାଇଁ ଆନ୍ଧ୍ର ପ୍ରଦେଶ କ୍କୁ ଖୁସି ପାଇଁ ପ୍ରୟାସ ହେଉଛି।