କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରେସ ମିତ କରି କହିଥିଲେ ଓଡ଼ିଶା ପାଇଁ ବିଜେପି ସୁନେଲି ସ୍ବପ୍ନ ଦେଖିଛି। ଖୋର୍ଦ୍ଧା ବଲାଙ୍ଗୀର railway track ୨୦୨୫ ରେ ସାରିବାର ଥିଲା। ସରିଲା କି ? କେବେ ସରିବ ? ପ୍ରଶ୍ନ କରିଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନବୀନ ବାବୁଙ୍କ ନେତୃତ୍ୱରେ କେତେବେଳେ ବିଜେଡ଼ି ସରକାର ସମୟରେ କୁହାଯାଇଥିଲା ଯଦି ରେଳ ପ୍ରକଳ୍ପ ହେଉଛି ୫୦ ପ୍ରତିଶତ ରାଜ୍ୟ ସରକାର ଦେବେ। ସବୁ ଜିଲ୍ଲାକୁ ରେଲୱେ ଟ୍ରାକ ଦେବାକୁ ପ୍ରୟାସ ହେଉଛି। କେବେ ଏହି ପ୍ରକ୍ରିୟା ସରିବ ? ଆମେ ସମସ୍ତେ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଉନ୍ନତି ସମ୍ପର୍କରେ ଜାଣିଛୁ। ଏହି ପ୍ରକ୍ରିୟା ୨୦୧୫ ରୁ ଆରମ୍ଭ ହୋଇଥିଲା। ସେତେବେଳେ ତତ୍କାଳୀନ ସରକାର କହିଥିଲେ ସବୁ ଖର୍ଚ୍ଚ ଆମେ ବହନ କରିବୁ। ଏହି ଗୋଟିଏ ରେଲୱେ ଷ୍ଟେସନ କାମ ଏବେ ଯାଏଁ ଶେଷ ହୋଇନି। କେବେ ସାରିବେ ଏହି କାର୍ଯ୍ୟ ? ବିଜେପି ସରକାର ଅବହେଳା କରିଥିଲା। ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି ଅବହେଳା ଆହୁରି ବଢ଼ିଗଲା। ଏହି ଡବଲ ଇଞ୍ଜିନ ସରକାର ପ୍ରଚାର ସର୍ବସ୍ବ ଭାବେ କହି ଚାଲିଛନ୍ତି।