ଦକ୍ଷିଣ ପୂର୍ବ ଲାଇନ୍ ର ବୈରୀ ଷ୍ଟେସନ ଓ ଝାଡେଶ୍ବର ଷ୍ଟେସନ ମଝିରେ ଜୈନିକ ଫେୟାର ପ୍ରଶିକ୍ଷଣାର୍ଥି କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତ ରବିବାର ରାତି ପ୍ରାୟ ୮ଘଟିକା ସମୟରେ ଏକ ଟ୍ରନ୍ କର୍ମଚାରୀ ବୈରୀ ଷ୍ଟେସନ ମାଷ୍ଟର କୁ ଅବଗତ କରାଇଥିଲେ ଯେ ଜୈନିକ ବ୍ଯକ୍ତି ମୃତ ଦେହ ଟ୍ରନ୍ ଟ୍ରାକ ରେ ପଡ଼ିଛି। ଷ୍ଟେସନ ମାଷ୍ଟର ତୁରନ୍ତ କିଛି କର୍ମଚାରୀ କୁ ପଠାଇ ଥିଲେ। ସେମାନେ ଦେଖିବାକୁ ପାଇଇଯେ ଜଣେ ଯୁବକ ପଡିଛି ଓ ସେ ଜିବିତ ଅଛି। ପରେ ଘଟଣା ସ୍ଥଳରେ କଟକ ଜିଆରପି ପୋଲିସ ପହଞ୍ଚି ।ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଜହଳପଡା ଗ୍ରାମର ସୁଭମ୍ ତାରିଣୀ ନାମକ ଯୁବକ ଓଡ଼ିଶା ସରକାରଙ୍କ ଅଗ୍ନିଶମ ବିଭାଗରେ ଚାକିରି ପାଇଥିଲେ। ସେ ନଭେମ୍ବର ମାସରେ ୨୭ ତାରିଖରେ ତାଲିମ ପାଇଁ ଯୋଗ ଦେଇଥିଲେ। ସେ ଯାଜପୁର ଜିଲ୍ଲାର ସୋଲର ଠାରେ ଥିବା ପୋଲିସ ତାଲିମ ପ୍ରତିଷ୍ଠାନ ବୈରୀ ଠାରେ ତଲିମ ନେଉଥିଲେ।
ମ। ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ ସେ କିପରି ଓ କେଉଁ ପରିସ୍ଥିତିରେ ଟ୍ରନ୍ ଲାଇନ୍ କଡକୁ ଗଲା?. କେତ ସମୟରୁ ସେ ଟ୍ରେନିଂ ସେଣ୍ଟର ରେ ଅନୁପସ୍ଥିତ ଥିଲା ? ଏବଂ କାହା ଅନୁମତି ରେ କ୍ଯାମ୍ପସ ପରିସରରୁ ବାହାରକୁ ଗଲା ଏପରି ବିଭିନ୍ନ ପ୍ରଶ୍ନ |