ପୁରୀ ଜିଲ୍ଲା ଗୋପ ବାଳିକା ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି କସ୍ତୁରୀବାଳା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଏ ଏସ ଜି ନେତ୍ର ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗୋପ ଥାନା ନିରୀକ୍ଷକ ପ୍ରଶାନ୍ତ ପଢିଆରି ଓ ଗୋପ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଜସ୍ମିନ ଆପ୍ରୋଜ୍ ଯୋଗଦେଇ ଉଦଘାଟନ କରିଥିଲେ।ଆଜିର ଏହି ଶିବିରରେ ଗୋପ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୫୦ଶହରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀ ମାନେ ଆସି ମାଗଣାରେ ନିଜର ଚକ୍ଷୁ ପରୀକ୍ଷା କରିଥିବା ଜଣାପଡିଛି।ଆଗାମୀ ଦିନରେ ମୋତିୟା ବିନ୍ଦୁ ହୋଇଥିବା ସମସ୍ତ ଚକ୍ଷୁ ରୋଗୀଙ୍କୁ ମାଗଣାରେ ଅପରେସନ କରାଯିବାର ବ୍ୟବସ୍ଥା କରାଯିବା ନେଇ ଫାଉଣ୍ଡେସନର ମୁଖ୍ୟ କସ୍ତୁରିବାଳା ସ୍ୱାଇଁ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଗୋପ ବିଜେଡି ନେତା ନିରଞ୍ଜନ ମହାପାତ୍ର ଓ ଗୋପ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।