ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସରସ୍ଵତୀ ପୂଜା ବନ୍ଦ କରିବାକୁ ପ୍ରିନ୍ସିପଲ୍ ସମେତ କଲେଜ କତୃପକ୍ଷଙ୍କ ପ୍ରୟାସ ଭଣ୍ଡୁର କଲେ ଛାତ୍ର ଛାତ୍ରୀ ବିଳମ୍ବରେ ହେଲେ ମଧ୍ୟ ପାଳିଲେ ସରସ୍ଵତୀ ପୂଜା । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ସରସ୍ଵତୀ ପୂଜା ନ କରିବା ପାଇଁ ନିଷ୍ପତି ହୋଇଥିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପୂଜା କରିବା ପାଇଁ ନିଷ୍ପତି ନେଇଥିଲେ ଛାତ୍ର ଛାତ୍ରୀ ଏହାକୁ ଭଣ୍ଡୁର କରି ନିଜ ପ୍ରଚେଷ୍ଟାରେ ବିଳମ୍ବରେ ହେଲେ ମଧ୍ୟ ଅପରାହ୍ନ ୪ ଘଣ୍ଟିକା ସମୟରେ ସରସ୍ଵତୀ ପୂଜା କରି ଥିଲେ l ଇତି ମଧ୍ୟରେ କଲେଜ ର କୌଣସି କତୃପକ୍ଷ ସହିଯୋଗ କରିନଥିବା ଦେଖିବାକୁ ମିଳିଛି । ତେବେ କାହିଁକି ଏବଂ କେଉଁ କାରଣରୁ କନ୍ଧମାଳ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପୂଜା ହୋଇନାହିଁ ଏବେ ଚର୍ଚ୍ଚାର ବିଷୟ ପାଲଟିବା ସହ ପୂଜା ବନ୍ଦ କରିଥିବା କଲେଜ ର ପ୍ରିନସିପାଲ ଓ କର୍ତ୍ତୃପକ୍ଷଙ୍କ ଉପରେ ଉଚ୍ଚ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ ।