କେଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଚରପଡା ଛକରୁ ଚାରୋଟି ବେଆଇନି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ରାଜକନିକା ପୋଲିସ ସଞ୍ଜୟ କୁମାର ମଲିକ ବିଶେଷ ସୂତ୍ରରୁ ଖବରପାଇ ରାଜକନିକା ପୋଲିସ ଓ କଣ୍ଡିଆ ଫାଣ୍ଡି ପୋଲିସ ମିଳିତ ଭାବରେ ଚରପଡା ଛକରେ ଚଢ଼ାଉ କରି ଏହି ଗାଡି ଗୁଡିକୁ ଜବତ କରିଥିବା ସୂଚନା ରହିଛି। ଆଳି ଅର୍ଗଳ ବାଲି ଖାଦାନରୁ ଏହି ବାଲି ବେଆଇନି ଭାବେ ଉଠାଯାଇଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଚାରିଜଣ ଟ୍ରାକ୍ଟର ଚାଳକଙ୍କୁ ପୋଲିସ ରାଜକନିକା ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି।