ପୋଲିସକୁ ବଡ଼ ସଫଳତା ୩୪୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଆନ୍ତରାଜ୍ୟ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛି ପୋଲିସ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର ଏସପି , ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ବ୍ରାଉନସୁଗାର କାରବାରର ହବ ପାଲଟିଛି , ଜଳେଶ୍ୱର ଥାନା ଝାଡ଼େଶ୍ୱରପୁର ଅଞ୍ଚଳର ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ଟାକୁଲୁ ରାଜା ଔରଫ ସମିରୁଦ୍ଦିନ ଦୀର୍ଘ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲା !ତେବେ ଗତ ରବିବାର ଅପରାହ୍ନ ସମୟରେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର ନେଇ ଜଳେଶ୍ୱର ଅଞ୍ଚଳକୁ ଆସୁଥିଲା ବେଳେ ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଗ୍ରୱାଲା ଠାରେ ଚଢ଼ାଉ କରି ଟାକୁଲୁ ରାଜା ଔରଫ ସମିରୁଦ୍ଦିନକୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୪୫ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ,ନଗଦ ୩୮୦୦ ଟଙ୍କା, ଗୋଟେ ମୋବାଇଲ ଓ ୩୫୦ ଶିଶିର ରୟାଲ ଇନଫିଲଡ଼ ବାଇକ ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ରାଜ ପ୍ରସାଦ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ୫୦ ହଜାର ଟଙ୍କା ହେବ, ତେବେ ଟାକୁଲୁ ରାଜା ବିରୋଧରେ ପୂର୍ଵରୁ STF ରେ ୨ଟି, ଜଳେଶ୍ୱର
ଥାନାରେ ୨ଟି,, ଭଦ୍ରକ ଥାନାରେ ଗୋଟିଏ, ସିଂଲା ଥାନାରେ ଗୋଟିଏ, ବିଂଝାରପୁର ଥାନାରେ ଗୋଟିଏ ମାମଲା ରହିଛି !ପୋଲିସ ବ୍ରାଉନସୁଗାର ବେପାରୀକୁ ଗିରଫକରି ଅଧିକ ତଦନ୍ତଜାରୀ ରଖଛି।