ଭଦ୍ରକ ଜିଲ୍ଲା ଓ ଚାନ୍ଦବାଲି ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ଚାନ୍ଦବାଲି ବ୍ଲକର ନାଲଗୁଣ୍ଡାର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର । ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ,ବିଡିଓ ସଞ୍ଜୀବ କୁମାର ମହାପାତ୍ର ପ୍ରମୁଖ ଯୋଗ ଦାନ କରିଥିବା ବେଳେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଙ୍କ ସହ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିରଟିକୁ ପରିଚାଳନା କରିଥିଲେ l ବିଭିନ୍ନ ବିଭାଗ ରେ ମୋଟ 1347 ଜଣ ଭିନ୍ନକ୍ଷମ ବ୍ୟକ୍ତି ଏହି ଶିବିରରେ ରେଜିଷ୍ଟ୍ରସନ କରାଇଛନ୍ତି l