ଆଜି ତୃତୀୟା ତିଥିରେ ଶ୍ରୀମନ୍ଦିର ଦାରୁବ୍ରହ୍ମ ପଦ୍ମବେଶ ଅନୁଷ୍ଠିତ ହେବ | ଦୁର୍ଲଭ ଭକ୍ତକୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗନ୍ନାଥ | ବଡ଼ଛତା ମଠ ଯୋଗାଇବ ଏହି ବେଶ | ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି |
ଏହି ପରମ୍ପରା ଅନୁଯାଇ ଗତକାଲି ରାତି ବଡ଼ସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ
ପହୁଡ଼ ହୋଇଛନ୍ତି | ଆଜି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁଲର୍ଭ ପଦ୍ମବେଶକୁ ଭକ୍ତମାନେ ନିଜ ଚର୍ମ ଚକ୍ଷୁରେ
ଦେଖିବାର ସୁଯୋଗ ପାଇପାରିବେ | ବଡଛତା ମଠ ପକ୍ଷରୁ ଯୋଗାଇଥିବା ପଦ୍ମ ବେଶରେ ବଡ଼ ସିଂହର ବେଶ ଅନୁଷ୍ଠିତ ହେବ | ଓ ମଠ ତରଫରୁ ଖିରି, ଅମାଲୁ ଭୋଗ କରାଯାଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ |