କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ସମେତ କନ୍ଧମାଳ ଜିଲ୍ଲାର ଅଧିକାଂଶ ଚିକିତ୍ସାଳୟ ରେ ଅଚାନକ ଗସ୍ତ କରି ସ୍ୱାସ୍ଥ୍ୟସେବା ରେ ଢିଲା ଦେଖି ତାଗିଦ କରିଛନ୍ତି ବିଧାୟକ ଉମା ଚରଣ ମଲିକ। ସ୍ୱାସ୍ଥ୍ୟସେବା ରେ ଉତ୍ତମ ଚିକିତ୍ସ୍ଥା ଯାଞ୍ଚ କରିବା ସହ ମେଡିକାଲ ପରିସରରର ସ୍ୱଚ୍ଛତା ଓ ପରିମଳ ପରିଚାଳନା ଯାଞ୍ଚ କରିଥିଲେ ବିଧାୟକ। ଆଜି ବିଧାୟକ ଉମା ଚରଣ ମଲିକ ଙ୍କ ଗସ୍ତ ସମୟରେ ଡାକ୍ତର ମାନେ ବିଳମ୍ବରେ ପହଂଚିବା ଦେଖି ଡାକ୍ତରଙ୍କୁ ତାଗିଦ କରିବା ସହ ଆଗାମୀ ଦିନରେ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ତାଗିଦ କରିଥିଲେ ବିଧାୟକ। ମେଡ଼ିସିନ ୱାର୍ଡ ରେ ଜଣେ ମାତ୍ର ଡାକ୍ତର ଥିବାରୁ ଚିକିତ୍ସା ବ୍ୟବସ୍ଥା କୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ବିଧାୟକ । ପୂର୍ବରୁ ହୋଇଥିବା ପାନୀୟ ଜଳର ଅଭିଯୋଗ ଯାଞ୍ଚ କରି ରୋଗୀ ମାନଙ୍କ ଠାରୁ ପାନୀୟ ଜଳ ସମ୍ପର୍କରେ ବୁଝିଥିଲେ ବିଧାୟକ। ବିଜେପି ବିଧାୟକ ଉମା ମଲିକ ଆଗାମୀ ଦିନରେ କିପରି କନ୍ଧମାଳ ଜିଲ୍ଲାରେ ଉତ୍ତମ ଚିକିତ୍ସ୍ଥା ବ୍ୟବସ୍ଥା ହେବ ଏବଂ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଆଉ ଯାନେରୁ ଦୁଇଜଣ ମେଡ଼ିସିନ ସ୍ପେସାଲିଷ୍ଟ ଡାକ୍ତର ଯୋଗାଇ ଦେବାକୁ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ।