ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଛତୁ ଫୁଟିଲା ଭଳି ଗଢି ଉଠିଛି ମାଳ ମାଳ ଲାଲି ଇଟା ଭାଟି, ଲାଲି ଇଟା ଭାଟିରୁ ନିର୍ଗତ କଳା ଧୂଆଁ ପ୍ରଦୂର୍ଷଣ ବୃଦ୍ଧି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି, ମାତ୍ର ଭାଟିର ମାଲିକମାନେ ସ୍ଥାନୀୟ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ମୋଟା ଅଙ୍କର ହାତ ଗୁଂଜା ଦେଇ ଉକ୍ତ ଆଇନକୁ ଫୁ କରି ଖୁଲମ ଖୁଲା ଇଟା ପୋଡି ଚାଲିଛନ୍ତି।ଜଳେଶ୍ୱର ଅଂଚଳର ଲକ୍ଷ୍ମଣନାଥ, ଗୋବରଘଟା, ଶିଖରପୁର,ଅଗ୍ରୱାଲା, ସେହିଭଳି ବସ୍ତା ଅଂଚଳର ରଘୁନାଥପୁର, କରୁଆ, ସିଂଲା, ପାଉଁଶକୁଲି, ରେମୁ, ବାଲିଆପାଳ, ଅସ୍ତି ଆଦି ଅଂଚଳରେ ଛତୁ ଫୁଟିଲା ଭଳି ଶହ ଶହ ଇଟା ଭାଟି ଗଢି ଉଠିଛି ! ଇଟା ମାଫିଆ ମାନେ ସୁବର୍ଣ୍ଣରେଖା ନଦୀ ଅବବାହିକାରୁ ତ ଆଉ କେଉଁଠି ଉର୍ବର ଚାଷ ଜମିରୁ ମାଟି ଉତ୍ତୋଳନ କରି ଇଟା ତିଆରି କରୁଛନ୍ତି !ଏହି ଇଟା ଭାଟିରେ ବ୍ୟବହୃତ ହେଉଥିବା କୋଇଲାରୁ ନିର୍ଗତ ହେଉଥିବା କଳା ଧୂଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂର୍ଷଣ ବଢିବା ସହିତ ଏହାର ପାଉଁଶ ଆଖପାଖ ଅଞ୍ଚଳର ଲୋକଙ୍କୁ ଅତିଷ୍ଠ କରି ପକାଉଛି, ପାଉଁଶ ଉଡିବା ଦ୍ଵାରା ଚାଷ ନଷ୍ଟ ହେବା ସହିତ ଲୋକଙ୍କ ଘରେ ଖାଦ୍ୟରେ ପଡୁଛି ! ଫଳରେ ଲୋକମାନେ ବିଭିନ୍ନ ରୋଗରେ ପଡୁଛନ୍ତି !ଏହାର ବିରୋଧ କଲେ ଇଟା ଭାଟି ମାଲିକ ଲାଲି ଆଖି ଦେଖାଉଛନ୍ତି।ଅନ୍ୟ ପଟେ ଅନେକ ଇଟା ଭାଟି ମାଲିକ ସରକାରୀ ଜାଗାକୁ ଲିଜ ଆକାରରେ ନେଇ ଇଟା କାଟୁଛନ୍ତି ! ଖୁବ ଶୀଘ୍ର ଲାଲି ଇଟା ଭାଟିବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା !
ଜଳେଶ୍ୱର ଅଞ୍ଚଳରେ ଏକ କିଲୋମିଟର ଅନ୍ତରରେ ଛତୁ ଫୁଟିଲା ଭଳି ଲାଲିଇଟା ଭାଟି ମୁଣ୍ଡ ଟେକିଛି ଫଳରେ ଫଳରେ ପାନ,ଧାନ, ମୀନର ଅଂଚଳ ନଷ୍ଟ ହେବାକୁ ବସିଲାଣି!ଲାଲି ଇଟା ଭାଟିର ନିର୍ଗତ ଧୂଆଁ ଓ ପାଉଁଶ ଯୋଗୁଁ ପରିବେଶ ପ୍ରଦୂର୍ଷଣ ହେବାକୁ ବସିଲାଣି, ମାଛ ଚାଷ, ପରିବା ଚାଷ, ଧାନ ଚାଷ ପାଇଁ ବିପଦ ଦେଖାଦେଲାଣି ,ସରକାର ଏଥି ପ୍ରତି ନଜର ଦେବାକୁ ସମାଜସେବୀମାନେ ଦାବୀ କରିଥିଲା ବେଳେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ସମସ୍ତ ଇଟା ଭାଟି ବନ୍ଦ କରିବା ପାଇଁ ନିର୍ଦେଶ ଦିଆ ଯିବା ସହିତ କୋଲଜାର ନୋଟିସ ମଧ୍ୟ ଦିଆ ଯାଇଛି ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ପ୍ରଶାସନ ଉକ୍ତ ବେଆଇନ ଲାଲି ଇଟା ଭାଟି ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।