ସୁନୀତା ୱିଲିୟମ୍ସକୁ ମହାକାଶରୁ ଫେରାଇ ଆଣିବେ ଏଲନ୍ ମସ୍କ । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସ୍ଏକ୍ସର CEO ଏଲନ୍ ମସ୍କଙ୍କୁ ଦାୟିତ୍ବ ଦେଇଛନ୍ତି । ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତବର୍ଷ ଜୁନ୍ରୁ ମହାକାଶରେ ଫସି ରହିଛନ୍ତି । ୨ ମହାକାଶ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ଏଲନ୍ ମସ୍କଙ୍କୁ କହିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି କହିଛନ୍ତି, ୨ ଜଣଙ୍କୁ ବାଇଡେନ୍ ପ୍ରଶାସନ ମହାକାଶରେ ଛାଡି ଦେଇଥିଲା । ମହାକାଶ ଷ୍ଟେସନ୍ରେ ଅନେକ ମାସ ହେଲା ସେମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବେ ବୋଲି କହିଛନ୍ତି ଏଲନ୍ ମସ୍କ ।