ଧାମରା ବିମାନ ବନ୍ଦରରେ ପ୍ରଥମ କରି ଅବତରଣ କରିଛି ଟୁ-ବି ୭ ସିଟେଡ଼ ବିମାନ । ଆଜି ପୂର୍ବାହ୍ନ ୧୦.୨୦ମିନିଟ ରେ ୧୨୦୦ମିଟର ବିମାନ ଟ୍ରାକ ରେ ଗଡ଼ିଛି ବିମାନ । ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବାଲିମୁଣ୍ଡା ରେ ନିର୍ମାଣ କରାଯାଇଥିବା ବିମାନ ବନ୍ଦରରେ ଏହି ବିମାନଟିକୁ ବନ୍ଦରରେ କର୍ତ୍ତୃପକ୍ଷ ପରୀକ୍ଷା ମୂଳକ ଭାବେ ଅବତରଣ କରାଇଛନ୍ତି ବୋଲି ଜଣା ପଡ଼ିଛି ।