ସମଗ୍ର ଶିକ୍ଷା ଅଭିଯାନର ବ୍ଲକ୍ ଲେବେଲ ଆକାଉଣ୍ଟାଣ୍ଟ ଏମ.ଆଇ.ସି ମିଳିତ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଦାବି ନେଇ ଡିଇଓଙ୍କୁ ଦାବି ପତ୍ର । ସୂଚନା ଅନୁସାରେ ଓସେପା ଅଧୀନରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ବ୍ଲକ୍ ଲେବେଲ ଆକାଉଣ୍ଟାଣ୍ଟ ଏମ.ଆଇ.ସି ମାନଙ୍କ ଦରମା ଅତି ସ୍ୱଳ୍ପ ପରିମାଣର ଯାହାକି ଚଳିତ ଦରଦାମ ବୃଦ୍ଧିକୁ ନେଇ ଘର ଚଳାଇବା ଦୂରର କଥା ନିଜେ ଚଳିବା କଷ୍ଟକର ହେଉଥିବା କହିଛନ୍ତି ଆକାଉଣ୍ଟାଣ୍ଟ ପ୍ରେସିଡେଣ୍ଟ ଓ ସେକ୍ରେଟାରୀ । ଯେଉଁ କାର୍ଯ୍ୟ ପାଇଁ ଗୋଟିଏ ଆକାଉଣ୍ଟାଣ୍ଟ ୩୦ ରୁ ୪୦ ହଜାର ପାଉଥିବା ବେଳେ ସେହି କାର୍ଯ୍ୟକୁ ବ୍ଲକ୍ ଲେବେଲ ଆକାଉଣ୍ଟାଣ୍ଟ ଏମ.ଆଇ.ସି ମାନେ ୯ ହଜାରରୁ ୧୨ ହଜାର ପାଉଥିବା ନେଇ ୧୩ ବର୍ଷ ଧରି ବିଜେଡ଼ି ଶାସନ କାଳରେ ସରକାରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଏହାକୁ ନେଇ ବର୍ତମାନର ବିଜେପି ସରକାର ପାଖରେ ଅଭିଯୋଗ କରିବା ସହ ଏହାର କୌଣସି ସୁଫଳ ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବା ସହ ଭୁବନେଶ୍ୱର ଠାରେ ଆମରଣ ଅନଶନରେ ବସି ରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।