ମଣ୍ଡିରେ ଧାନ କଟିନି ଛଟିନିକୁ ବିରୋଧ କରି ଟାଙ୍ଗୀ ଚୌଦ୍ବାର ବ୍ଲକ ସମ୍ମୁଖରେ ଓଡ଼ିଶା କୃଷକ ସଂଘ ତରଫରୁ ଗଣଧାରଣା ଦିଆଯାଇଥିଲା। ଟାଙ୍ଗୀ ଚୌଦ୍ବାର କୃଷକ ନେତା ଡମୁରୁଧର ସାହୁ ଓ ରମେଶ ବେହେରାଙ୍କ ନେତୃତ୍ବରେ ଏହି ଗଣଧାରଣା ଦିଆଯାଇଥିଲା। ଗଣଧାରଣା ବସିଥିବା କୃଷକ ମାନଙ୍କ କହିବା ଅନୁଯାଇ ବିଜେପି ସରକାର ଆମ ପ୍ରତି ଶୋଷଣ ନୀତି ପାଳନ କରୁଛି। ଆଗ ସରକାର ପ୍ରତି ଧାନ ବସ୍ଥାରେ ଏକ ରୁ ଦୁଇ କେଜି କାଟୁ ଥିଲା କିନ୍ତୁ ବିଜେପି ସରକାର 8 ରୁ 10 କେଜି କଟନୀ କରୁଛି। ଚାଷୀଙ୍କ ପ୍ରତି ହେଉଥିବ ଅନ୍ୟାୟ କୁ ବିରୋଧ କରି ଚାଷୀଙ୍କୁ ଧାନ ର ଉଚିତ୍ ମୂଲ୍ୟ ଦେବ ସହ ବର୍ଷା ରେ ହେଉଥିବା କ୍ଷତିପୂରଣ ଦାବୀ ନେଇ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।