ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କ୍ରମାଗତ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ବାଂଲାଦେଶକୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ।
ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି । ଶେଖ୍ ହସିନା କ୍ଷମତାରୁ ଯିବା ପରେ ବାଂଲାଦେଶର ମୌଳବାଦୀ ମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ସହ ଅନେକ ଧାର୍ମିକ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପାଇଁ ୟୁନୁସ୍ ସରକାରଙ୍କୁ ସମାଲୋଚନା କରିଥିଲେ ।