କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ମୁସେଲିପଙ୍ଗା ଠାରେ ବିଏସଏଫ ଯବାନ ମାନଙ୍କ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଉଛି I ଶିବିରଟି ଗୋଛାପଡା ଠାରେ ଥିବା ୯୯ ବାଟାଲିୟନ ବିଏସଏଫ କ୍ୟାମ୍ପ ତରଫରୁ ଆୟୋଜନ କରାଯାଇଥିବା ବେଳେ ପଳାବୃଡି ସରପଞ୍ଚ ଲୀଳାବତୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ତେବେ କ୍ୟାମ୍ପ ରେ କାର୍ଯ୍ୟରତ ଆସିଷ୍ଟାଣ୍ଡ କାମାଣ୍ଡେଣ୍ଟ ଯୋଗୀନ୍ଦ୍ର ସିଂ ଙ୍କ ଅଦକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଏସଏଫ ତରଫରୁ ଅଂଚଳର ଗରିବ ଅସହାୟ ଲୋକଙ୍କୁ କମ୍ବଳ, ଛତା, ଜୋତା, ସୁଇଟର ସହ ବିଭିନ୍ନ ଘରକଣା ସାମଗ୍ରୀ, ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଖାତା କଲମ ସହ ଅଞ୍ଚଳର ଯୁବକ ମାନଙ୍କୁ ଭଳିବଲ, କ୍ରିକେଟ ବ୍ୟାଟବଳ, ଫୁଟବଲ ଭଳି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା I ଏହା ସହ ଏହି କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳ ର ଯୁବ ବର୍ଗ ଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ କୁଦ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା I ତେବେ କନ୍ଧମାଳ ଜିଲ୍ଲାର ଏହି ଅଞ୍ଚଲଟି ମାଓ ଅଧିସୁତ ଅଞ୍ଚଳ ଭାବରେ ଚିହ୍ନଟ ହୋଇଥିବା ବେଳେ ଏହି ଅଞ୍ଚଳରେ ବିଏସଏଫ ପ୍ରତିଷ୍ଠା ହେବା ଦିନଠାରୁ ଅଞ୍ଚଳର ଜନସାଧାରଣ ନିର୍ଭୟ ରେ ଜୀବନ ଯାପନ କରିଆସୁଛନ୍ତି I ସେପଟେ ଅଞ୍ଚଳରେ ବିଏସଏଫ ଯବାନ ମନେ ନିରନ୍ତର ଭାବରେ ଶେବା ଯୋଗାଇ ଆସୁଛନ୍ତି I ଅନ୍ୟପଟେ ଅଞ୍ଚଳର ଶେବା କରିବା ସହ ଯୁବପିଢ଼ି ମନେ କିଭଳି ଭାବରେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ତାହା ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି ବିଏସଏଫ ର ବରିଷ୍ଠ ଅଧିକାରୀ I ଏହି ଶିବିର ରେ ଅଞ୍ଚଳର ଶତାଧିକ ସାଧାରଣ ଯୋଗଦେଇଥିବା ବେଳେ ସାଧାରଣତନ୍ତ୍ର ଦିବସରେ ବିଏସଏଫ ର ଏଭଳି ଜନହିତକର କାର୍ଯ୍ୟକ୍ରମ ପାଇଁ ବିଏସଏଫ ବାହିନୀ ଙ୍କୁ ସ୍ଥାନୀୟ ସରପଞ୍ଚ ଙ୍କ ସହ ସମସ୍ତ ଜନସାଧାରଣ ଧନ୍ୟବାଦ ଜ୍ଞାପନ କରିଛନ୍ତି I