ଆପଣ ମାନେ ପାଚିଲା କଦଳୀର ଅନେକ ଫାଇଦା ବିଷୟରେ ଜାଣିଥିବେ | କିନ୍ତୁ କଞ୍ଛା କଦଳୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ | ସାଧାରଣତଃ ସମସ୍ତେ ପାଚିଲା କଦଳୀ ଖାଇବାକୁ ଭଲ ପାଆନ୍ତି, କିନ୍ତୁ କଞ୍ଚା କଦଳୀ ଖାଇବାକୁ ବହୁତ କମ ଲାକ
ପସନ୍ଦ କରିଥାଆନ୍ତି | ତାହେଲେ ଆସନ୍ତୁ ଜାଣିବା କଞ୍ଚା କଦଳୀର ଫାଇଦା |
କଞ୍ଚା କଦଳୀରେ ପ୍ରଚୁର ପରିମାଣରେ ପୋଟାସିୟମ ଥାଏ |ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢ଼ିବାରେ ସାହାଯ୍ୟ କରେ | କଞ୍ଚା କଦଳୀ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ, କାରଣ କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ ଯାହା ମେଦକୁ ଦୂର କରିବାରେ ସାହାଯ୍ୟ କରେ |
ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ ନିୟମିତ କଞ୍ଚା କଦଳୀ ଖାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ପାଇପାରିବେ | ନିୟମିତ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ |