ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଉତ୍ସବମୁଖର ଦିଲ୍ଲୀଠୁ ପଲ୍ଲୀ। ନୀଳ ଆକାଶରେ ଫର ଫର ଉଡି ନିଜ ଦେଶର ଗାଥା ଗାଉଛି ତ୍ରିରଙ୍ଗା ପତାକା। ସେହିପରି ଓଡିଶା ରାଜଧାନୀ ଭୁବନେଶ୍ବର ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ। ଯେଉଁଥିରେ ଓଡ଼ିଶାର ସଂସ୍କୃତି, ଲୋକନୃତ୍ୟକୁ ପୁଣି ଉଜ୍ଜୀବିତ କରିଥିଲା। ବିଭିନ୍ନ ଜିଲ୍ଲାର ନୃତ୍ୟ ଗୀତ ପ୍ରଦର୍ଶନ ହେବା ସହ ସ୍କେଟିଂ, ବାଇକ ଷ୍ଟଣ୍ଟ ପ୍ରମୁଖ ରାଜ୍ୟର ଐତିହ୍ୟ ଓ ସାହସିକତାକୁ ପ୍ରଦର୍ଶନ କରିଥିଲା । ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଘୋଡାନାଚ, ରାୟଗଡାର ଢେମସା ନୃତ୍ୟ, କେନ୍ଦୁଝରର ଆଦିବାସୀ ନୃତ୍ୟ, ଓଡିଶା ସ୍କେଟିଂ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ ନାଚ ପ୍ରମୁଖ ଅତିଥି ତଥା ଉପସ୍ଥିତ ସମସ୍ତ ଜନତାଙ୍କ ଧ୍ୟାନ ଆକର୍ଷଣ କରିଥିଲା।