କେଦ୍ରାପଡ଼ା ଜିଲ୍ଲା ଆଳି ଥାନା ପଦନପୁର ଗାଁର ସେକ ମୁସ୍ତେଜା ଙ୍କ ଘରେ ପଶି ୩ ଜଣ ଲୁଟେରା ବଣିଆର ପରିଚୟ ଦେଇ ସୁନା ଝଳେଇ କରିବାକୁ ଆସି ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥାଇ ଦିନ ଦି ପ୍ରହରେ ଆଖିରେ ଆଙ୍ଗୁଠି ଗେଂଜି ପାଖାପାଖି 5 ଲକ୍ଷ ଟଙ୍କାର ସୁନା ଓ ଗହଣା ଲୁଟ କରି ଚମ୍ପଟ.ଘର ର ସିସିଟିଭି ଫୁଟେଜ ରେ ଲୁଟେରା ଙ୍କ ଭିଡିଓ କଏଦ ହୋଇଥିବା ଜଣାପଡିଛି.ଦୁଇ ଜଣ ଲୁଟେରା ଘର ଭିତରେ ସୁନା ଗହଣା ସଫା କରୁଥିବା ବେଳେ ଅନ୍ୟ ଜଣେ ଘର ବାହାରେ ମୋଟର ସାଇକେଲ ରେ ଛିଡା ହେଇଥିବା ପରିବାର ଲୋକ ପ୍ରକାଶ କରିଥିଲେ. ଘଟଣା ସମ୍ପର୍କ ରେ ସେକ ମୁସ୍ତେଜା ଙ୍କ ପରିବାର ପକ୍ଷରୁ ଆଳି ଥାନା ରେ ଏକ ଲିଖିତ ଅଭିଯୋଗ ହେବା ସହିତ ଲୁଟେରା ଙ୍କ ସିସିଟିଭି ଫୁଟେଜ ପୋଲିସ କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି