ଶୀତଦିନେ ଅଧିକାଂଶ ଲୋକ ଚା’ ପିଇଥାନ୍ତି | ଚା’ ରେ ଅଦା , ତେଜପତ୍ର , ଗୋଲମରିଚ , ଗୁଜୁରାତି ଆଦି ପକାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଡାଲଚିନିକୁ ଆମେ ଗରମ ମସଲା ଭାବେ ତରକାରୀ ଆଦିରେ ବ୍ୟବହାର କରାଯାଏ |
ଏହା ଖାଦ୍ୟର ସ୍ୱାଦ ବଢ଼ିଥାଏ | କିନ୍ତୁ , ଡାଲଚିନିକୁ ଚା’ରେ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ |
ବିଶେଷ କରି ଏହା ହୃଦୟ ସହିତ ଜଡି଼ତ ସମସ୍ୟାକୁ ଦୂର କରିଥାଏ | ଏହା ହାଇ ବ୍ଲଡ଼ ପ୍ରେସର , କାଶ ଭଳି ସମସ୍ୟା ରୁ ମଧ୍ୟ ଆରାମ ଦେଇଥାଏ |
ଡାଲଚିନିରେ ଅନେକ ପ୍ରକାର ପୋଷାକ ତତ୍ତ୍ୱ ରହିଛି | ଯେପରି ଭିଟାମିନ , ମିନେରାଲସ ରହିଛି | ଯାହା ଆମ ଶରୀର ପାଇଁ ଲାଭଦାୟକ |