ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବିଜେପି । ପ୍ରଥମ ଥର ପାଇଁ ଓଡିଶୀରେ ସରକାର ଗଠନ କରିଛି ବିଜେପି ସରକାର। କିନ୍ତୁ ଦେଇଥିବା ମାଳ ମାଳ ପ୍ରତିଶ୍ରୁତିକୁ କେମିତି ପୂରଣ କରିବେ ନୂଆ ସରକାର? ସେହି ଲକ୍ଷ୍ୟ ନେଇ ବିକଶିତ ଓଡିଶା ୨୦୩୬ ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର । ଯାହାକି ଆସନ୍ତା ବଜେଟରେ ନଜର ଆସିବ।
ଓଡିଶା ବଜେଟ କିଭଳି ହେବ, କେଉଁ ବିଭାଗ ଫୋକସ ରହିବ ସେନେଇ ଅର୍ଥନୀତି ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ମୋହନ ମାଝୀଙ୍କ ସ୍ବତନ୍ତ୍ର ଟିମ। ପୂର୍ବତନ ଅର୍ଥମନ୍ତ୍ରୀ, ବିଶେଷଜ୍ଞ ନୂଆ ବଜେଟର ରୂପରେଖ ନେଇ ଅନେକ ଗୁଡିଏ ପ୍ରସ୍ତାବ ରଖିଛନ୍ତି । ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ବଜେଟରେ ନୂଆ ସ୍କିମ ଆସିବା ସହିତ ଆଗାମୀ ବଜେଟର ଆକାର ମଧ୍ୟ ବଢିବ।
ଶିଳ୍ପ ଓ ପର୍ଯ୍ୟଟନକୁ ମିଳିବ ଅଧିକ ଗୁରୁତ୍ବ। କାରଣ ଉତ୍କର୍ଷ ଓଡିଶାରେ ଅନେକ ନିବେଶକ ଓଡିଶା ଆସିବାକୁ ଯାଉଛନ୍ତି। ତେଣୁ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବ୍ୟୟବରାଦ ହୋଇପାରେ। ସୁଭଦ୍ରା ଯୋଜନା ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପାଇଁ ସ୍ବତନ୍ତ୍ର ଫୋକସ ଦେଇପାରନ୍ତି। କାରଣ ବାର୍ଦ୍ଧକ୍ୟ ଭତ୍ତା ବଢାଇବା ପାଇଁ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ଭିତ୍ତିଭୂମି କ୍ଷେତ୍ରରେ ଅଧିକ ଅନୁଦାନ ରଖିବେ ସରକାର।