ଆଜିଠୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ସର୍ଭେ। ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ କରିପାରିବେ ଆବେଦନ। ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଯେଉଁଥିରେ ଘରେ ବସି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାର ଲାଭ ଉଠାଇପାରିବ।
ତେବେ ଆଜିଠୁ ପ୍ରଧାନମନ୍ତ୍ରୀ ଆରମ୍ଭ ହେଲା ସର୍ଭେ। ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗାଁରେ ଘର ଘର ବୁଲି ସର୍ଭେ ଆରମ୍ଭ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଅର୍ଜୁନସିଂହପୁର ଗାଁରେ ପହଁଚି ସର୍ଭେର ଭାଗ ନେଇଛନ୍ତି । ଲୋକଙ୍କୁ ପଚାରି ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏହାପରେ ଲୋକଙ୍କୁ ଆବେଦନ ଅନୁଯାୟୀ ଘର ମିଳିବ । ଏଥିପାଇଁ ପଂଚାୟତିରାଜ ବିଭାଗ ପ୍ରସ୍ତୁତି ଶେଷ କରିଛି । କେନ୍ଦ୍ର ସରକାର ଏହା ଭିତରେ ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି। ତେବେ ଓଡ଼ିଶାକୁ କେତେ ଆବାସ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।