ପିପିଲି ବଜାର ଦେଇ ଯିବା ଲାଗି ବସ ଗୁଡିକର ରୁଟ୍ ପରିମିଟ ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ପରିବହନ କମିଶନର ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ। ଆଡଭୋକେଟ୍ ନିଶିକାନ୍ତ ମିଶ୍ରଙ୍କ ପିଟିସନ ଆଧାରରେ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ୍ ଏସ୍ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଶ୍ରୀ ମିଶ୍ର କମିଶନଙ୍କ ନିକଟରେ ୨୦୧୬ରେ ଏକ ମାମଲା ଦାୟର କରିଥିଲେ। କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀମାନେ ତତ୍ପର ହୋଇ ପଦକ୍ଷେପ ନେବାରୁ ପିପିଲି ବଜାର ଦେଇ କିଛିଦିନ ଯାତ୍ରୀବାହୀ ବସ୍ଗୁଡିକ ଚ଼ଳାଚ଼ଳ କରିଥିଲା। କିନ୍ତୁ କିଛି ଦିନ ପରେ ବସ ଗୁଡିକ ବାଇ ପାସ ଦେଇ ଯିବାପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ପିପିଲି ଅଞ୍ଚଳବାସୀ I ଜିଲ୍ଲାପାଳ ଏ ସମ୍ପର୍କରେ ରିପୋର୍ଟ ଦେବାପରେ କମିଶନ ସେହି ମାମଲାଟିକୁ ବନ୍ଦ କରିଥିଲେ। କିନ୍ତୁ ପରେ ପୁଣି ପୂର୍ବ ପରି ବାଇପାସ୍ ଦେଇ ଚ଼ଳାଚ଼ଳ ହୋଇଥିବା ଦେଖିବାକୁ ମିଳିଥିଲାl ବସ୍ ଗୁଡିକ ପିପିଲି ବଜାର ଦେଇ ନଯିବା ଫଳରେ ବୟସ୍କ, ମହିଳା, ଶିଶୁ ଓ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି l ତେବେ କମିଶନ ଙ୍କ ନିର୍ଦେଶ କୁ ବେଖାତିର କରି ବସ ଗୁଡିକ ବାଇପାସ୍ ଦେଇ ଗତି କରୁଥିବା ବେଳେ ଏ ନେଇ ପ୍ରେସ ମିଟ ଜରିଆରେ ଗର୍ଜିଛନ୍ତି କଂଗ୍ରସ ମୁଖପାତ୍ର ନିଶିକାନ୍ତ ମିଶ୍ର l