ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିବିଧ ବ୍ୟବସ୍ଥା କରୁଛି ପ୍ରଶାସନ | ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ଶ୍ରଦ୍ଧାଳୁ ମାନେ ଯେପରି ଖରାରେ ହଇରାଣ ନ ହୋଇ ସୁଖରେ ଫେରିବେ ସେଥି ପାଇଁ ଆମେ ସମସ୍ତେ ଯତ୍ନବାନ ହେବ ଆବଶ୍ୟକ |
ସମସ୍ତ ବିଭାଗର ଦାୟିତ୍ୱକୁ ସେଠାରେ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ | ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବୟବଶତଃ ଓ ଜଳ ସିଞ୍ଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ |
ସେହିପରି ଭାବେ ଛାଇ ବ୍ୟବସ୍ଥା କରିବା , ପାନୀୟ ଜଳ ବ୍ୟବସ୍ଥା , ଆଇନ ଶୃଙ୍ଖଳା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା |
ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡ଼ାକବାଜି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ପରିବ୍ୟାପ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସିଂହଦ୍ୱାରା ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ଲଗାଇବାକୁ ନିଷ୍ପତି ହୋଇଅଛି | ଯାହା ଫଳରେ ହଜୁଥିବା ଓ ତାଙ୍କୁ ଖୋଜୁଥିବା ଶ୍ରଦ୍ଧାଳୁ ମାନେ ମିଳିବା ସହଜ ହେବ |