ପୁରୁଷମାନେ ସୁଭଦ୍ରା ଯୋଜନା ଆବେଦନକୁ ନେଇ ବର୍ଷିଛି ବିଜେଡି। ଏନେଇ ଶଂଖ ଭବନରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀ ପ୍ରମିଳା ମଲ୍ଲିକ କହିଛନ୍ତି, ମାନ୍ୟବର ମନ୍ତ୍ରୀ ମହୋଦୟା ଜାଣିଛନ୍ତି ୧୫୧ଜଣ ପୁରୁଷ ସୁଭଦ୍ରା ହିତାଧିକାରୀ। ଆମେ ଯାହା ଦେଖୁଛୁ ୫୦୦୦ ରୁ ଉର୍ଦ୍ଧ ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି। ଯେଉଁମାନେ ଆବେଦନ କରିଛନ୍ତି ସେମାନେ ବିଜେପି କର୍ମୀ। ସେଥିରୁ କେତେ ପାଇଛନ୍ତି ତାର ତଦନ୍ତ କରିବାକୁ ଦାବି କରିଛନ୍ତି ପ୍ରମିଳା । ସୁଭଦ୍ରା ଯୋଜନା କଣ ପୁରୁଷମାନେ ଆବେଦନ କରନ୍ତି ? ଜଣେ ପୁରୁଷ କିଏ ସ୍ତ୍ରୀ କିଏ ? କଣ ଜଣା ପଡୁନାହିଁ। ଏଥିରୁ ସ୍ପଷ୍ଟ ସରକାର କେତେ ସ୍ୱଚ୍ଛ ଓ ନିରପେକ୍ଷ। କେମିତି ତାଙ୍କ ଆକାଉଣ୍ଟ କୁ ଟଙ୍କା ଗଲା ? ଏବଂ ସରକାର କଣ ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।