ସାଧାରଣ ଲୋକଙ୍କୁ ବିତ୍ତୀୟ ସୁରକ୍ଷା ପ୍ରଦାନ କରିବାକୁ ସରକାର ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କ ଧ୍ୟାନ ରଖିଛନ୍ତି ସରକାର । ତେବେ କଣ ଏହି ଯୋଜନା ଓ ଏହାଦ୍ୱାରା କିଭଳି ପରିବାର ସଦସ୍ୟ ଲାଭାନ୍ବିତ ହୋଇ ପାରିବେ ତାହା ଜାଣିବା ଜରୁରୀ । ଏହି ଯୋଜନାରେ ପରିବାର ସଦସ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପାଇ ପାରିବେ । ଏହି ଯୋଜନାରେ ସାମିଲ ହେବାକୁ ଜଣେ ବ୍ୟକ୍ତିଙ୍କ ବୟସ ୧୮ରୁ ୫୦ ବର୍ଷ ହେବା ଆବଶ୍ୟକ । ଏଭଳି ବୟସ ବର୍ଗର ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ପାରିବେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ମାସିକ ମାତ୍ର ୩୬ ଟଙ୍କା ହିସାବରେ ବର୍ଷକୁ ୪୩୬ ଟଙ୍କା ପ୍ରିମିୟମ ଦେବାକୁ ହେବ । ଯାହାଫଳରେ ପରବର୍ତ୍ତୀ ସମୟରେ ପରିବାର୍ଗଙ୍କୁ ଲାଭ ମିଳିଥାଏ । ଯଦି ପଲିସି ଅବଧି ଶେଷ ହେବା ପର୍ଯ୍ୟନ୍ତ ବୀମାଧାରୀ ସୁରକ୍ଷିତ ଥାଆନ୍ତି, ତେବେ କୌଣସି ଲାଭ ମିଳିବ ନାହିଁ । ଏହି ଯୋଜନାରେ ବର୍ଷକୁ ୪୩୬ ଟଙ୍କା ଦେବାକୁ ହେବ । ଏହାର ଅର୍ଥ ମାସକୁ ୪୦ ଟଙ୍କାରୁ ବି କମ୍ ଦେବାକୁ ପଡ଼େ । ପ୍ରତି ମାସର ୨୫ରୁ ୩୦ ତାରିଖ ମଧ୍ୟରେ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିବ । ନିର୍ଦ୍ଧାରିତ ବ୍ୟାଙ୍କ ଆକାଉଣ୍ଟରୁ କଟିବ ଟଙ୍କା । ଏହି ଯୋଜନାରେ ଯେକୌଣସି ସମୟରେ ବି ଜଣେ ବ୍ୟକ୍ତି ସାମିଲ ହୋଇପାରିବେ । ଥରେ ସାମିଲ ହେବାପରେ ୪୫ ପରେ ବି ଯଦି ଲାଭାର୍ଥୀଙ୍କ ମୃତ୍ୟୁ ହୁଏ, ତେବେ ପରିବାର ସଦସ୍ୟଙ୍କୁ ଟଙ୍କା ମିଳି ପାରିବ । ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା । ବୀମାଧାରୀଙ୍କ ମୃତ୍ୟୁ ପରେ ନୋମିନି ଥିବା ପରିବାରର ସଦସ୍ୟଙ୍କୁ ବୀମା କମ୍ପାନୀରେ ମୃତ୍ୟୁର ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । ଡିସ୍ଚାର୍ଜ୍ ରସିଦ ସହ ଅନ୍ୟ ଜରୁରୀ ଦସ୍ତାବିଜ୍ ବି ଦାଖଲ କରିବାକୁ ହେବ । ମୃତ୍ୟୁର ୩୦ ଦିନ ମଧ୍ୟରେ ସମସ୍ତ ଦସ୍ତାବିଜ୍ ଦାଖଲ କରି ଟଙ୍କା ଦାବି କରି ପାରିବେ ପରିବାର ଲୋକେ। ଏହି ଯୋଜନା LIC ସହ ଅନ୍ୟ ଘରୋଇ ବୀମା କମ୍ପାନୀରେ ଜଣେ ବ୍ୟକ୍ତି ପଞ୍ଜୀକରଣ କରି ପାରିବେ । ଜଣେ ବ୍ୟକ୍ତି ଯେକୌଣସି ବ୍ୟାଙ୍କ୍କୁ ଯାଇ ଏହି ଯୋଜନା ବାବଦରେ ଅଧିକ ସୂଚନା ପାଇ ପାରିବେ ।