ଅଧିକାଂଶ ଲୋକ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତଦିନେ ଶରୀର ପାଇଁ ଲାଭଦାୟକ ଅଟେ | ସେହି ଫଳଟି ହଉଛି ପିଜୁଳି | ଜଣାନ୍ତୁ ଶୀତଦିନେ ନିୟମିତ ପିଜୁଳି ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିବ |
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜବୁତ ରହିଥାଏ | ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ-ସି ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସାହାଯ୍ୟ ହୋଇଥାଏ | ଏହା ସହ କୋଲେଷ୍ଟେରୋଲ ନିୟନ୍ତ୍ରଣ ହୋଇ ରହିଥାଏ |