ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୌଠକ ଅନୁଷ୍ଠିତ ହୋଇଛି। ଏହି ବୌଠକରେ 10ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। 10ଟି ପ୍ରସ୍ତାବ ମଧ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ବାକି ରହିଥିବା ଖାଲି ଡାକ୍ତରୀ ପଦବୀ ପୂରଣ ହେବ। ଖୁବଶୀଘ୍ର ରାଜ୍ୟରେ ଖାଲି ପଡିଥିବା 5 ହଜାର ଡାକ୍ତର ପଦ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ଓଡିଶା ଡାକ୍ତରୀ ସ୍ବାସ୍ଥ୍ୟସେବା ନିୟମାବଳୀ-2017କୁ ମଧ୍ୟ ସଂଶୋଧିତ କରାଯାଇଛି।