ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାକୁ ବର୍ଷେ ପୂରିଛି । ଗତବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ସେହିପରି ଆଜି ବର୍ଷେ ପୂରଣ ହେବା ପରେ ରାମଲଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ପ୍ରବଳ ଭିଡ଼ ହୋଇଛି । ହେଲେ ଆଜିର ତାରିଖରେ ପ୍ରାଣ ପ୍ରତିଷ୍ଠା ହୋଇଥିବାରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି ।
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀରେ ୩ ଦିବସୀୟ ସମାରୋହ ରାମଜନ୍ମଭୂମିରେ ଆୟୋଜନ କରାଯାଇଥିଲା । ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨ ହଜାର ସନ୍ଥ ଅଯୋଧ୍ୟାରେ ସାମିଲ ହେଇଥିଲେ ।
ରାମଲଲାଙ୍କ ପାଇଁ ୫୬ ପ୍ରକାର ଭୋଗ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କ ବଣ୍ଟନ କରାଯାଇଥିଲା । ଭକ୍ତଙ୍କ ଦର୍ଶନ କରିବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଟ୍ରଷ୍ଟ ଅନୁସାରେ, ପୁରା ଦିନରେ ଅନେକ ଧାର୍ମିକ ଅନୁଷ୍ଠାନ ସହିତ ରାମକଥା ଏବଂ ରାମଲୀଳା ପ୍ରଦର୍ଶନ ହେଇଥିଲା ।