ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୌଠକ ଆୟୋଜିତ ହୋଇଛି। ଏହି କ୍ୟାବିନେଟ ବୌଠକରେ ମୋଟ 9ଟି ବିଭାଗର 10ଟି ପ୍ରସ୍ତାବ ଆଗତ ହୋଇଥିଲା। ଏହିସବୁ ପ୍ରସ୍ତାବ ଗୁଡିକ ଆଲୋଚନା ପରେ ଅନୁମୋଦନ କରାଗଲା।
ଏହି କ୍ୟାବିନେଟ ବୌଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ 5ଟି ନାଁରେ ପରିବର୍ତ୍ତନ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍ ନଥିଲା। ଯେଉଁଥିରେ କି ପିଲାମାନଙ୍କ ଭବିଷ୍ୟତ ପ୍ରତି ଖେଳା ଯାଇଥିଲା। ସେଥିପାଇଁ ବିଜେପି ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପର୍ତ୍ତି ନେଇଛନ୍ତି। ଚଳିତ ବର୍ଷ 114ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ। କେବଳ ଏତିକି ନୁହେଁ 2028 ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୋହନ ମାଝୀ ଘୋଷଣା କରିଛନ୍ତି।