ଅଧିକାଂଶ ଲୋକଙ୍କୁ ନିମ୍ବପତ୍ରର ସ୍ୱାଦ ପିତା କାରଣରୁ ଭଲ ଲାଗି ନଥାଏ | କିନ୍ତୁ ଏହା ପିତା ଲାଗୁଥିଲେ ମଧ୍ୟ ଏଥିରେ ଭରପୁର ଓଷଧୀୟ ଗୁଣ ରହିଛି | ଯାହା ଶରୀର ପାଇଁ ଖୁବ ଲାଭଦାୟକ | ସକାଳେ ଖାଲି ପେଟରେ ଏହାକୁ ଖାଇବା ଫଳରେ ଅନେକ ରୋଗରୁ ଆସ୍ୱସ୍ଥି ମିଳିଥାଏ | ଅଧିକ ପତ୍ର ଖାଇଲେ ଅଧିକ ପୋଷଣ ମିଳିବା ଭାବିବା ସମ୍ପୂର୍ଣ୍ଣ ଭୁଲ | ଏହା ଅନେକ ଲୋକଙ୍କ ଧାରଣା ଥାଏ |
ନିମ୍ବପତ୍ରରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହା ରକ୍ତ ସଫା ରଖିବାରେ ସାହାଯ୍ୟ କରେ | ଏହା ରକ୍ତରୁ ଟକ୍ସିନକୁ ବାହାର କରି ଡିଟକ୍ସ କରିଥାଏ | ରକ୍ତ ସଫା ରହିଲେ କୌଣସି ରୋଗରେ ଆକ୍ରାନ୍ତ ହେବାର ଆସନକ କମିଯାଏ |
ନିମ୍ବପତ୍ର କେବଳ ତ୍ୱଚା ପାଇଁ ନୁହେଁ, ପେଟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ |ଏଥିରେ ଥିବା ଔଷଧୀୟ ଗୁଣ ଏସିଡ଼ିଟି ପାଇଁ ଖୁବ ଉପଯୋଗୀ | ସକାଳେ ଖାଲିପଟରେ ପାଣିରେ ନିମ୍ବପତ୍ର ଫୁଟାଇ ପିଇବା ଫଳରେ ଏସିଡ଼ିଟି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୁଏ |