ଜାତୀୟ ଶିକ୍ଷାନୀତି ୨୦୨୦କୁ ଓଡିଶା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ଆରମ୍ଭ ହେଉଛି ୩ ଦିନିଆ କର୍ମଶାଳା | ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଭାଗ ପକ୍ଷରୁ କୁହାଯାଇଛି ଯେ , ପିଲାମାନଙ୍କର ବୟଷ ୬ ବର୍ଷ ହୋଇନଥିଲେ ଏଂଇଁକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ |
ଶିକ୍ଷାବର୍ଷ ୨୦୨୫-୨୦୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବ | ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର | ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ
ବିଜ୍ଞପ୍ତି ଅନୁସାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ବୟଷ ୬ ବର୍ଷ ହୋଇଥିବା ଜରୁରୀ | ଶିକ୍ଷାବର୍ଷ ସେପିଡମ୍ବର ୧ ସୁଦ୍ଧା ପିଲାର ବୟସ ୬ ବର୍ଷରୁ ଉର୍ଦ୍ଧ ହେବ ଆବଶ୍ୟକ | ୨୦୨୫-୨୬ ଶିକ୍ଷୟବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ଅତିରିକ୍ତ ପ୍ରି-ସ୍କୁଲ ଶ୍ରେଣୀ ଖୋଲିବ, ଯାହାକି ଶିଶୁବାଟିକା ନାମରେ ନାମିତ ହେବ |