ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କାରିଥାନ୍ତି | ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ , ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ | ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି |ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ |
କିନ୍ତୁ ଆପଣଙ୍କ ସ୍କିନ ପାଇଁ ସୋରିଷ ତେଲ ବହୁତ ବହୁତ ଲାଭଦାୟକ | ଏହା ଭିଟାମିନ-ଇ ରେ ପରିପୂର୍ଣ୍ଣ ଥାଏ | ଯଦି ଏହି ତେଲର ଆପଣ ସେବନ କରନ୍ତି ତାହେଲେ ଏହା ଲାଭକାରୀ କିନ୍ତୁ |ଯଦି ଏହାକୁ ତ୍ୱଚା ଉପରେ ଲଗେଇବେ ତାହେଲେ ମଧ୍ୟ ଏହା ଆପଣଙ୍କ ଶରୀରକୁ ନରମ ରଖିଥାଏ | ସୋରିଷ ତେଲରେ ଓ଼ମେଗା-୩ ଏବଂ (ଫ୍ୟାଟି ଏସିଡ ) ହୋଇଥାଏ | ଏହା ଦ୍ୱାରା ତିଆରି ହୋଇଥିବା ଖାଦ୍ୟର ସ୍ୱାଦ ମଧ୍ୟ ବଦଳି ଥାଏ | ଏହା ରୋଷେଇ ଛଡା ତ୍ୱଚା , ଗଣ୍ଠି , ମାଂସପେଶୀ ଚିକିତ୍ସା ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ |