ପ୍ରତିଦିନ ଡେଲି ମାର୍କେଟ ବଜାର, ନବରଙ୍ଗପୁର ଜିଲ୍ଲାର ଉମରକୋଟ ପ୍ରମୁଖ ସହର ନାମିତ। କିନ୍ତୁ ଏଠାରେ ଏକ ଅଭାବନୀୟ ଘଟଣା ଉମରକୋଟ ସହର ଠାରେ ଥରେ ନୁହେଁ କି ଦ୍ବି ଥର ନୁହେଁ ବାରମ୍ବାର ଚୋରି ଘଟଣା ବଢ଼ିବାରେ ଲାଗିଛି। ଉମରକୋଟର ପୂଜା ଜୁଏଲର୍ସ ସୁନା ଦୋକାନରୁ ଦିନ ଦ୍ୱି ପ୍ରହରେ ଚୋରି ହୋଇଛି।
ଏଭଳି ଅଭାବନୀୟ ଘଟଣା ଘଟିଛି ଉମରକୋଟରେ। ବଜାରରେ ଏତେ ଗହଳି ଥିବା ସତ୍ତ୍ବେ ଦିନ ୧୨ ଟା ସମୟରେ ସୁନା ଦୋକାନରୁ କେହି ଜଣେ ଦୁର୍ବୁତ୍ତ ଦୋକାନରୁ ସୁନା କିଣିବା ବାହାନାରେ ଆସି ଗୋଟିଏ ପ୍ୟାକେଟ ମୁଦି ପାଖାପାଖି ଦେଢଲକ୍ଷ ଟଙ୍କାର ଜିନିଷ ନେଇ ପଳାଇ ଯାଇଛି । ଏ ବିଷୟରେ ଦୋକାନ ମାଲିକ ଶମ୍ଭୁ କର୍ମକାର ପୋଲିସ କୁ ଲିଖିତ ଭାବେ ତଥା CCTV ଫୁଟେଜ ମଧ୍ୟ ଦେଇ ଜଣାଇଛନ୍ତି। ପୋଲିସ ଘଟଣାସ୍ଥଳକୁ ଆସି ପଚରାଉଚରା କରି ଚାଲିଯାଇଛନ୍ତି । ଏପର୍ଯ୍ୟନ୍ତ ଚୋରି ସାମଗ୍ରୀ କିମ୍ବା ଚୋରର କୈାଣସି ପତ୍ତା ମିଳିନାହିଁ। ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଉମରକୋଟ, ରାଇଘର ଅଞ୍ଚଳରେ ଏହିପରି ଚୋରି ଡକାୟତି ଏକ ସାଧାରଣ ଘଟଣା ହୋଇଗଲାଣି। ଏ ସମସ୍ୟା ଗୁଡ଼ିକ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦେଖିବାକୁ ବାକି ରହିଲା ଚୋରକୁ ପୋଲିସ ଧରିବାରେ ସଫଳତା କେବେ ପାଇବେ ।