ପିପିଲି ବିଧାୟକଙ୍କୁ ନେଇ ବଢିଲା ଚର୍ଚ୍ଚା। ବିଧାୟକଙ୍କ ନାଁରେ ଆସିଲା ଅଭିଯୋଗ। ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ବିରୁଦ୍ଧରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିପିଲି ନୂଆଶାସନ ଗ୍ରାମର ଜୟନ୍ତୀ ପ୍ରଧାନ । ତାଙ୍କ ପୁଅକୁ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ମାଡ଼ମରା ଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ବିଧାୟକ ନିଜ ଗାଡି ଯାଉଥିବା ସମୟରେ ମୋର ପୁଅକୁ ମାଡ଼ ମରାଯାଇ ଥିବା ବିଜେପିରେ ମିଶିବା ପାଇଁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିବା ସହିତ ମୋ ପୁଅ ଓ ମୋ ପରିବାର ଜୀବନ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ପୋଲିସ ମାମଲା ରୁଜୁ ନ କରି ଚୁପ ବସିଥିବା ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ଜୟନ୍ତୀ। କିନ୍ତୁ ଏ ନେଇ ପୋଲିସ ଓ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକିୟା ମିଳିପାରି ନାହିଁ ।