ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚୂତାନ୍ତ ପର୍ଯ୍ୟାୟରେ। ଡୋଲାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଭାରତ ସହ ସାରା ବିଶ୍ବର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବୱ ଆମେରିକାରେ ମଧ୍ୟାହ୍ନ 12ଟା ଅର୍ଥାତ ଭାରତୀୟ ସମୟ ଅନୁସାରେ ରାତି 10. 30 ସମୟରେ ଅନୁଷ୍ଠିତ ହେବ। ପ୍ରବଳ ଥଣ୍ଡା ସହ ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି ଆସନ୍ତାକାଲି ଆମେରିକା କ୍ୟାପିଟାଲର ରୋଟୁଣ୍ତା ଭିତରେ ଶପଥଗ୍ରହଣ ଉତ୍ସବ ହେବ । ପ୍ରଥମ ଥର ଲାଗି ଏହିଠାରେ ଶପଥ ଉତ୍ସବ ହେବାକୁ ଯାଉଥିବାରୁ ପ୍ରସ୍ତୁତି ବି ଜୋରଦାର ହେଉଛି । ମୁଖ୍ୟ ବିଚାରପତି ଜନ୍ ରବର୍ଟସ ଟ୍ରମ୍ପକୁ ଶପଥ ପାଠ କରାଇବେ।
ଟ୍ରମ୍ପଙ୍କୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା, ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ନିଜର ଶପଥ ଗ୍ରହଣ ଉତ୍ସବକୁ ଆଡମ୍ୱରପୂର୍ଣ୍ଣ କରିବାକୁ ସବୁପ୍ରକାର ପ୍ରସ୍ତୁତି କରିଛନ୍ତି ଟ୍ରମ୍ପ । କାରଣ ବିଗତ ଦିନରେ ଅର୍ଥାତ୍ ୧୫୦ ବର୍ଷ ହେଲାଣି ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଦେଶୀ ଅତିଥି ଯୋଗ ଦେବାର ନଜିର ନଥିଲା। ହେଲେ ଏଥର ବିଦେଶୀ ଅତିଥିମାନେ ଯୋଗ ଦେଉଛନ୍ତି । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯୋଗ ଦେଉଥିବା ବେଳେ ଚୀନର ଉପରାଷ୍ଟ୍ରପତି ବି କାର୍ଯ୍ୟକ୍ରମତରେ ସାମିଲ ହେଉଛନ୍ତି । ଟ୍ରମ୍ପ ଆସନ୍ତାକାଲି ଯେଉଁ ସ୍ଥାନରେ ଶପଥ ନେଉଛନ୍ତି, ସେହି ସ୍ଥାନରେ ଶେଷଥର ଲାଗି ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଶେଷଥର ଲାଗି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ହେଲେ ଏବେ ପ୍ରବଳ ଥଣ୍ଡା ହେଉଥିବାରୁ ଶପଥ ସ୍ଥାନ ପରିବର୍ତ୍ତନ ନେଇ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି।