ଭାରତ ଛାଡି ବିଦେଶରେ ରହୁଥିବା ପ୍ରିୟଙ୍କା ଏବେ ବି ଭାରତୀୟଙ୍କ ହୃଦୟରେ ରହିଛନ୍ତି । ଧିରେ ଧିରେ ବଲିଉଡରୁ ଦୂରେଇ ହଲିଉଡରେ ଏଣ୍ଟ୍ରି ମାରିଥିବା ପ୍ରିୟଙ୍କା ଚୋପ୍ରା କିନ୍ତୁ ନିଜ ଝିଅ ଓ ସ୍ବାମୀଙ୍କୁ ନେଇ ଭାରତୀୟଙ୍କ ଚର୍ଚ୍ଚାର ବିଷୟ ସାଜନ୍ତି । ବର୍ତ୍ତମାନ ପୁଣି ସେଭଳି ଏକ ଅନୂଭୁତିକୁ ନେଇ ଆଲୋଚନାର ଶୀକରା ହୋଇଛନ୍ତି ପ୍ରିୟଙ୍କା । ବାସ୍ତବରେ କପିଲ ଶର୍ମାଙ୍କ ସୋ’ରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ, ଥରେ ରାସ୍ତାରେ ଯିବାବେଳେ ସେ ହସିବାକୁ ଲାଗିଲେ ଏବଂ ପରେ କେହି ଜଣେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲା। ଏଥିରେ ପ୍ରିୟଙ୍କା ଚୋପ୍ରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୁହାଯାଏ ଯେ, ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଖୁସି ହେବା ଉଚିତ୍ ଏବଂ ହସିବା ଉଚିତ୍ । ଏହା ମଧ୍ୟ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣି ଚାପକୁ ହ୍ରାସ କରିଥାଏ। ଏହା ବ୍ୟତୀତ ମାଂସପେଶୀ ମଧ୍ୟ ଭଲ ରହିଥାଏ। କିନ୍ତୁ ବେଳେବେଳେ ଅନାବଶ୍ୟକ ଭାବରେ ହସିବା ଖରାପ ଖରାପ ସାବ୍ୟସ୍ତ ହୋଇଥାଏ। ଏହା ଦ୍ବାରା ହୁଏତ ଅନ୍ୟ କେହି ଖରାପ ଅନୁଭବ କରିପାରନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଥରେ ସେ ସର୍ବସାଧାରଣରେ ହସିବା ସମୟରେ କେହି ଜଣେ ତାଙ୍କୁ ଟାଣି ନେଇ ଶକ୍ତ ଚାପୁଡ଼ା ମାରିଥିଲା।
ପ୍ରିୟଙ୍କା ଚୋପ୍ରା ବଲିଉଡ ସହିତ ହଲିଉଡରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ସେ ହଲିଉଡରେ ଚମତ୍କାର ଅଭିନୟ କରୁଛନ୍ତି। ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ବିଷୟରେ ଏକ କାହାଣୀ ପ୍ରିୟଙ୍କା ଚୋପ୍ରା ନିଜେ କପିଲ ଶର୍ମାଙ୍କ ସୋ’ରେ ପ୍ରକାଶ କରିଥିଲେ। ପ୍ରିୟଙ୍କା କହିଥିଲେ,ଯେତେବେଳେ ମୁଁ ତୃତୀୟ ଶ୍ରେଣୀରେ ପଢୁଥିଲି, ଆମେ ଲକ୍ଷ୍ନୌରେ ରହୁଥିଲୁ। ଦିନେ ମୁଁ ସ୍କୁଲ ଯାଉଥିଲି, ଆମ ସ୍କୁଲ ନିକଟରେ ଏକ ବଡ଼ ଗଛ ଥିଲା, ଯେଉଁଥିରେ ଅନେକ ମାଙ୍କଡ଼ ବସିଥିଲେ। ଗଛ ତଳ ଦେଇ ଯାଉଥିବା ସମୟରେ ଗୋଟିଏ ମାଙ୍କଡ ସେହି ଗଛ ଉପରେ ବସି ନିଜକୁ ସଫା କରୁଥିଲା। ମୁଁ ମାଙ୍କଡକୁ ଏଭଳି କରୁଥିବା ଦେଖି ଜୋରରେ ହସିବାକୁ ଲାଗିଲି। ତା’ପରେ ହଠାତ୍ ମୋ ଅଜାଣତରେ ମାଙ୍କଡ ଗଛ ତଳକୁ ଓହ୍ଲାଇଲା, ମୋତେ ଟାଣି ନେଇ ଶକ୍ତ ଚାପୁଡ଼ା ମାରିଲା। ଏହାପରେ ଗଛ ଉପରକୁ ପଳାଇ ଗଲା। ସେତେବେଳେ ପ୍ରିୟଙ୍କା ଚୋପ୍ରା କପିଲ ଶର୍ମାଙ୍କ ସୋ’ରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍ ପିଙ୍କ୍’ର ପ୍ରମୋସନ ପାଇଁ ପହଞ୍ଚିଥିଲେ। ସମ୍ପ୍ରତି ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ୍ ଜୋନାସଙ୍କ ସହ ଆମେରିକାର ଲସ୍ ଏଞ୍ଜେଲସ୍ରେ ରହୁଛନ୍ତି ।