ଆଜି ଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ | ୨୨ ଟି ଟିମ ଦ୍ୱାରା ଚାଲିଛି ଏ ବର୍ଷ ବଉଳ କୁମ୍ଭୀର ଗଣନା | ପ୍ରତ୍ୟକ ଟିମ୍ରେ ୬ ରୁ ୭ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି | ଏହି ଗଣନା ୩ ଦିନ ଧରି ଚାଲିବ ବୋଲି ଜଣାପଡିଛି | କୁମ୍ଭୀର ବିଶାରଦ ଡାକ୍ତର ସୁଧାକର କରଙ୍କ ନେତୃତ୍ୱରେ ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମତଃ ୪ ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା |
କୁମ୍ଭିଉର ଗଣନା ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କୁ ଆସିବାକୁ ବାରଣ କରାଯାଇଛି | ସକାଳ ଏବଂ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ | ଗତବର୍ଷ ଭିତରକନିକାରେ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି
ଆଶା ରହିଛି |