ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରି। ସେପଟେ ସକାଳୁ ସକାଳୁ ଟ୍ଵିନ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡି। ଆଗକୁ ଆହୁରି ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ପାନିପାଗ ବିଭାଗ। ଘନ କୁହୁଡି ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିଆସିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ କିଛି ଥଣ୍ଡା ପବନ ପ୍ରବାହିତ ହୋଇପାରେ।