ସରକାରୀ ବସ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟର ବିଜେପି ସରକାର ।ମାଡ଼ ଖାଇ ଧାରଣାରେ ମୁଖ୍ୟମନ୍ତ୍ରୀଙ୍କ ବସ କର୍ମଚାରୀ । ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଞ୍ଚଳରେ।ସୂଚନା ମୁତାବକ ଗତକାଲି ଅପରାହ୍ନରେ ଧାମରାରୁ ଚାନ୍ଦବାଲି ଅଭିମୁଖେ ମୁଖ୍ୟମନ୍ତ୍ରୀ ବସ ଆସୁଥିଲା। ଆଉ ଧାମରାରେ ମକର ମେଳା ଚାଲୁଥିବାରୁ ବସରେ ଭିଡ ଅଧିକ ପରିମାଣରେ ଥିଲା।ଏହି ସମୟରେ,ଗେଟ ପାଖରେ ଭିଡ଼ ନ କରିବାକୁ ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର କହିଥିଲେ।ମାତ୍ର ଏହି କଥାରେ ଯାତ୍ରୀ ଜଣକ କଣ୍ଡକ୍ଟରକୁ ମାଡ଼ ମାରିଥିବା ଧାମରା ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ବସ କର୍ମଚାରୀ।ତା ସହିତ ଚାନ୍ଦବାଲି ବିଡିଓଙ୍କୁ ଏକ ଦାବିପତ୍ର ପତ୍ର ପ୍ରଦାନ କରିଛନ୍ତି ବସ୍ କଣ୍ଡକ୍ଟର।ଅନ୍ୟପଟେ ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରା ନ ଯାଇଛି ସେ ପର୍ଯ୍ୟନ୍ତ ଗାଡି ଚଳାଇବେ ନାହିଁ ବୋଲି କର୍ମଚାରୀ ମାନେ ଜିଦ ଧରି ବ୍ଳକ ପରିସରରେ ଧାରଣାରେ ବସି ରହିଛନ୍ତି । ଫଳରେ ଚାନ୍ଦବାଲି ବ୍ଲକର ସମସ୍ତ ରୁଟରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସସେବା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଏହି ବସ ଉପରେ ନିର୍ଭରଶୀଳ ଅନେକ ଯାତ୍ରୀ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି ।