ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ରକ୍ଷକ ମହେନ୍ଦ୍ର କିଛି ଦିନ ହେଲା ଅସୁସ୍ଥ ଥିଲା ବର୍ତ୍ତମାନ ତାର ମୃତ୍ୟୁ ଘଟିଛି | ରବିବାର ରାତି ୯ ଟାରେ ୪୫ ମିନିଟରେ ‘ଚହଲା’ ଠାରେ ଶେଷ ନିସ୍ୱାଶ ତ୍ୟାଗ କରିଛି ମହେନ୍ଦ୍ର |
ମୃତ୍ୟୁ ବେଳକୁ ତାକୁ ୬୫ ବର୍ଷ ବୟସ ହୋଇଥିଲା | ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନରୁ ଦୁଇଟି ମାଇ ହାତୀ ଭବାନୀ ଓ ଶୋଭାକୁ ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା ପାଇଁ ଅଣାଯାଇଥିଲା |
ଜଙ୍ଗଲରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଙ୍କୁ ଶିକାରୀ କବଳରୁ ରକ୍ଷା କରିଆବ ପାଇଁ ମହେନ୍ଦ୍ର କୁ ନିୟୋଜିତ କରାଯାଇଥିଲା | ଆଉ ଏଥି ପାଇଁ ମହେନ୍ଦ୍ର ତା ଜୀବନର ଦୀର୍ଘ ୨୪ ବର୍ଷ ଦେଇ ଦେଇଛି |
୨୦୧୯ ଜାନୁଆରୀରେ ମହେନ୍ଦ୍ରକୁ ବାଘୁଣୀ ସୁନ୍ଦରୀକୁ ଜଗିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା | ଏବଂ ଦୀର୍ଘ ୪ ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରିଥିଲା | ବୟସ ଅଧିକ ହେବ କାରଣରୁ ଅସୁସ୍ଥ ଥିଲା ମହେନ୍ଦ୍ର | ଏବଂ ତାକୁ ଶିମିଳିପାଳ ଠାରେ ରଖି ଚିକିତ୍ସା କରାଯାଉଥିଲା| ଏବଂ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ମହେନ୍ଦ୍ରର ମୃତ୍ୟୁ ଘଟିଥିଲା