ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ | ଏହି ଅବସରରେ ସ୍ତ୍ରୀ ଲୋକମାନେ ସକାଳୁ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହ ବାଇଗଣ ପତ୍ର ଉପରେ ପିଠା ଓ ମାନସିକ ଭୋଗ ଅର୍ପଣ କରନ୍ତି | ଏହି ପୂଜାରେ ମହିଳାମାନେ ନିଜ ନିଜ ପିଲାଙ୍କର ମଙ୍ଗଳ ପାଇଁ ମାନସିକ ରଖିଥାନ୍ତି | ଆଜି ଆର ଦିନରେ ଘରେ ପିଠା ପଣା ମଧ୍ୟ କରାଯାଇଥାଏ |
ଏହିଦିନ ସୂର୍ଯ୍ୟଙ୍କ ନିକଟରେ ମା’ ମାନେ ନିଜ ସନ୍ତାନର ଦୀର୍ଘାୟୁ ପାଇଁ କାମନା କରିବା ସହ ପୂଜା ପାଠ କରିଥାଆନ୍ତି | କିମ୍ବଦନ୍ତୀ ଅନୁସାରେ ଶାମ୍ବ କୁଷ୍ଠରୋଗ ରେ ପୀଡିତ ଥିଲେ ଓ ତାଙ୍କ ମା ସୂର୍ଯ୍ୟଙ୍କୁ ୧୨ ବର୍ଷ କାଳ ପୂଜା କରି ପୁଅ କୁ ରୋଗରୁ ମୁକ୍ତ କରିଥିଲେ | ତେଣୁ ଓଡ଼ିଶାରେ ଏହି ପୂଜାକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ | ଆଜିର ଦିନରେ ପ୍ରତ୍ୟକ ଓଡ଼ିଆ ପରିବାରରେ ମା ମ,ଆଣେ ନିଜ ସନ୍ତାନ ମାନଙ୍କ ଦୀର୍ଘ ଜୀବନ କାମନା ଓ ପୂଜା ଅର୍ଚନା କରିଥାଆନ୍ତି | ତେଣୁ ଏହି ଦିନରେ ସୂର୍ଯ୍ୟପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି |