ନା ରାସ୍ତା ଅଛି, ନା ଅଛି ପୋଲ ଅଛି। ଭରା ନଇଁ ସହ ଅବଡା ଖବଡା ପଥର ଭର୍ତି ରାସ୍ତାରେ ଚାଲିଛି ଆଦିବାସୀ ବହୁଳ ଗାଁର ଲୋକଙ୍କ ଜୀବନ ଯାତ୍ରା। ସରକାରଙ୍କ ସେତୁ ନିର୍ମାଣ ଯୋଜନା ଏମାନଙ୍କ ପାଇଁ ସାତ ସପନ । ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଗାଁ ଖୋଲି ଭିତର, ଛୁଇଁ ପାଣି ଓ ଭୁଇଁ ପାଣିରେ। ଏହି ସମସ୍ୟାକୁ ନେଇ ଖଡ଼ିଆଳରୁ ଦେଖିବା ଏକ ବିଶେଷ
ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରେ ନାଗପଡା ଗ୍ରାମ ପଞ୍ଚାୟତ ଅବସ୍ଥିତ । ଏହି ଗ୍ରାମ ପଞ୍ଚାୟତ ଟି ୧୯୯୧ ମସିହାରେ ନାଗପଡ଼ା, ବୋଲଧା, ଝରଣାମାଳ, ଭୂଇଁପାଣି, ସିର୍ଲି, ମାକାରବିର୍ଲି ଆଦି ଗ୍ରାମ କୁ ନେଇ ଗଠିତ ହୋଇଥିବା ବେଳେ ଏହି ଗ୍ରାମ ପଞ୍ଚାୟତର ଅଧିକାଂଶ ଲୋକେ ଆଦିବାସୀ ପରିବାରର ଅଟନ୍ତି ।ଏହି ଗ୍ରାମ ପଞ୍ଚାୟତର ଖୋଲି ଭିତର , ଭୁଇଁ ପାଣି, ଛୁଇଁ ପାଣି ସହ ଗୋଟିଏ ପଡା ଗ୍ରାମ ର ଲୋକେ ପକ୍କା ରାସ୍ତା ଓ ଇନ୍ଦ୍ର ନଦୀ କପାଟଦୋରୋ ପାଖରେ ବ୍ରିଜ ନ ଥିବାରୁ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ, ଜିଲ୍ଲା ସଦର ମହକୁମା ନୂଆପଡା ତଥା ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ଆସିବାରେ ଅକଥନୀୟ ଦୁଃଖ ଭୋଗ କରୁଛନ୍ତି।ଏମାନଙ୍କ ଦୁଃଖ ହେଲା ଇନ୍ଦ୍ର ନଦୀ।ଭୂଇଁ ପାଣି ଗ୍ରାମ ପାଖେ ଯାଇଥିବା ଇନ୍ଦ୍ର ନଦୀ କପାଟ ଦୋରୋ ନାମକ ସ୍ଥାନରେ ବୁଲିକି ପୁଣିଥରେ ଯାଇଛି।ବୁଲାଣି ଜାଗାରେ ଏ୍ୟାତିହାସିକ ପର୍ଯ୍ୟଟନ ସ୍ଥଳୀ ଉପକା ଗଙ୍ଗା ଥିବାରୁ ସେହି ସ୍ଥାନକୁ ଉପକା ଗଙ୍ଗା ଘାଟ କୁହାଯାଏ।ଫଳରେ ଖୋଲି ଭିତର ଗ୍ରାମବାସୀ ଏହି ବୁଲାଣି ନଇଁ ରେ ଥରେ ପାର ହେଉଥିବା ବେଳେ ବାକି ତିନିଖଣ୍ଡ ଗ୍ରାମର ଲୋକେ ଦୁଇଥର ନଦୀ ପାର ହୁଅନ୍ତି।ନଦୀ ପାଇଁ ଏମାନଙ୍କ ଦୁଃଖ କହିଲେ ନସରେ। ନିଜର ଦୈନନ୍ଦିନ କାର୍ଯ୍ୟ ସହ ଗ୍ରାମ ପଞ୍ଚାୟତ କୁ ପିଡ଼ିଏସ ଚାଉଳ, ଭତ୍ତା ଓ ବିଭିନ୍ନ କାମରେ ଆସିବାକୁ ପଡେ।ପାଣି ସୁଅ କମ ଥିଲେ ପିଡ଼ିଏସ ପାଇଁ ଆସନ୍ତି ଓ ଥରେ ଚାଉଳ ନେଇ ଆର ପାରିରେ ରଖିଲା ପରେ ପୁଣିଥରେ ସାଇକେଲ ନେଇ ପାର ହୁଅନ୍ତି।ପାଣି ବଢିଲେ ଦୁଇ ତିନି ମାସ ଜଳବନ୍ଦୀ ଜୀବନ ଜିଇଁବାକୁ ପଡ଼େ।ସେହି ସମୟରେ ଭଗବାନ ହିଁ ସେମାନଙ୍କ ଭରସା।ସେହିପରି କେହି ରୋଗରେ ପଡିଲେ କିମ୍ବା ପ୍ରସବ ଯନ୍ତ୍ରଣା ପାଇଲେ ଦୋଳା ରେ ବୋହି ନଦୀ ପାର କରାଇବାକୁ ହୁଏ ଓ ଉପକା ଗଙ୍ଗା ଘାଟ ରୁ ଆମ୍ବୁଲାନ୍ସ କିମ୍ବା ଭଡା ଗାଡ଼ିରେ ଡାକ୍ତରଖାନା ନେବାକୁ ପଡେ।ସେହିପରି ବୃଦ୍ଧ ବୃଦ୍ଧା ମାନେ ଭତ୍ତା ପାଇଁ ନଦୀ ପାର ହେଉଥିବା ଦୃଶ୍ୟ ଦୁଃଖ ଦାୟକ ନିଶ୍ଚୟ।ନଦୀ ପାଇଁ ଅଧିକାଂଶ ଶିଶୁ ସ୍କୁଲ ଯାଇ ପାରନ୍ତି ନାହିଁ।ଅବଶ୍ୟ କିଛି ଆଦିବାସୀ ଛାତ୍ରଛାତ୍ରୀ ମାନେ ନାଗପଡା ରେ ଥିବା ହୋଷ୍ଟେଲରେ ରହି ପାଠ ପଢ଼ନ୍ତି ।ଗ୍ରାମବାସୀ ମାନେ ବ୍ଲକ କାର୍ଯ୍ୟଳୟ ବୋଡେ଼ନ କିମ୍ବା ଜିଲ୍ଲା ସଦର ମହକୁମା ନୂଆପଡା ତଥା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ନାନା ଅସୁବିଧା ଭୋଗ କରୁଥିବା ବେଳେ ସରକାରୀ ସୁବିଧାସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଏହା ସହ ଅଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ବାହାର ଲୋକଙ୍କ ସହ ସମ୍ପର୍କ ଯୋଡି ହୁଏ ନାହିଁ।
ସରକାର ଙ୍କ ବିଭିନ୍ନ ଯୋଜନାରେ ନଦୀ ଉପରେ ପୋଲ ନିର୍ମାଣ କରି ଲୋକଙ୍କୁ ଅନ୍ୟ ଗ୍ରାମ ସହ ଯୋଡିବାକୁ ସରକାର ଚେଷ୍ଟା କରୁଛନ୍ତି।କିନ୍ତୁ ଏହି ଗ୍ରାମବାସୀ ମାନେ ଶହ ଶହ ବର୍ଷ ଧରି ଜଳବନ୍ଦୀର ଜୀବନ ବଞ୍ଚୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି।ଉପକା ଗଙ୍ଗା ତଳେ ଏକ ବ୍ରିଜ ନିର୍ମାଣ ପାଇଁ ଭୂମି ପୂଜନ ସରିଥିଲେ ମଧ୍ୟ ସେହି ବାଟ ଦେଇ ନାଗପଡା ଆସିବାକୁ ଦୂର ପଡ଼ୁଥିବାରୁ ଲୋକେ ଭୂଇଁ ପାଣି ଘାଟ ଓ ଉପକା ଗଙ୍ଗା ଘାଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରୁଛନ୍ତି। ଏନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ଗଜେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଭୂଇଁ ପାଣି ପାଖରେ ବ୍ରିଜ ନିର୍ମାଣ ପାଇଁ ସ୍ବୀକୃତି ମିଳି ସାରିଛି ଓ ଅତିଦିଘ୍ର କାମ ଆରମ୍ଭ ହେବା କହିବା ସହ ଉପକା ଗଙ୍ଗା ପାଖରେ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି ସରକାରଙ୍କ ସୃକୃତି ଆସିଲା ପରେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟା ରଖିଥିଲେ l ଅପରପକ୍ଷ ରେ ଶୀଘ୍ର ବ୍ରିଜ ନିର୍ମାଣ ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନ ସହ ରାଜରାସ୍ତାକୁ ଓ଼ଲ୍ଳେଇବେ ବୋଲି ମତବ୍ୟକ୍ତ ରଖିଛନ୍ତି l